ଏଟିଏମ୍‌ରେ ୩ଘଣ୍ଟାରୁ ଅଧିକ ସମୟ ଟଙ୍କା ନ ଥିଲେ ବ୍ୟାଙ୍କ ଉପରେ ଜରିମାନା ଲାଗୁହେବ

ଏଟିଏମ୍‌ରେ ଟଙ୍କା ନଥିବା ଏକ ସାଧାରଣ ଘଟଣା I ଅଧିକାଂଶ ସମୟରେ ଦେଖିବାକୁ ମିଳେ ଯେ ଏଟିଏମ୍‌ରେ ରେ ଟଙ୍କା ନଥାଏ ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ହଇରାଣ ହେବାକୁ ପଡିଥାଏ I ତେବେ ଏଥରକ ଆସିଛି ନୂଆ ନିୟମ I ଯଦି କୌଣସି ଏଟିଏମ୍‌ରେ ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟଧରି ଟଙ୍କା ନଥାଏ ତେବେ ଏନେଇ ଅଭିଯୋଗ କଲେ ସମ୍ପୃକ୍ତ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ I ଏପରିକି ଏଥିପାଇଁ ବ୍ୟାଙ୍କ ଜୋରିମାନା ମଧ୍ୟ ଦେବେ I ଖୁବ ଶୀଘ୍ର ଏପରି ନିୟମ ଲାଗୁ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) I ସୂଚନା ଅନୁଯାଇ ଯଦି ଏଟିଏମ୍‌ରେ ରେ 3ଘଣ୍ଟା ରୁ ଉର୍ଧ ସମୟ ଟଙ୍କା ନଥାଏ ତେବେ ଅଭିଯୋଗ ପରେ ଏହାର ଯାଞ୍ଚ କରାଯାଇ ଜୋରିମାନା ଆଦାୟ କରାଯିବ I

Leave a Reply

Your email address will not be published. Required fields are marked *