ଦୋଳି ବଦଳରେ ଫ୍ୟାନ ରେ ଝୁଲିଲେ ଯୁବତୀ ,ରଜରେ ଯୁବତୀଙ୍କୁ ଧର୍ଷଣ

ଚାରିଆଡେ ଚାଲିଛି ରଜପର୍ବ I କୁଆଁରୀ ଝିଅଙ୍କ ଆନନ୍ଦ ଉଲ୍ଲାସ ର ଦିନ I ଝିଅ ମାନେ ନୂଆ ଡ୍ରେସ ପିନ୍ଧି ପିଠା ଖାଇ ଦୋଳି ଖେଳିବାରେ ଲାଗିପଡିଥିବା ବେଳେ ଭଦ୍ରକ ରେ ଘଟିଛି ଏକ ଅଘଟଣ I ପ୍ରାପ୍ତ ଖବର ଅନୁଯାଇ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଂଚଳର ଜଣେ ଯୁବତୀ ରଜ ପାଇଁ ସଜବାଜ ହେଉଥିବା ସମୟରେ ଘରେ କେହି ନଥିଲେ ,ସେହି ସୁଯୋଗ ନେଇ ଘର ଭିତରକୁ ଜଣେ ଯୁବକ ପସିଆସି ଦୁଷ୍କର୍ମ କରିଥିଲା I ଦୁଷ୍କର୍ମ ପରେ ଲୋକ ଲଜ୍ୟା ସହି ନପାରି ଯୁବତୀ ଜଣଙ୍କ ଘର ଫ୍ୟାନ ରେ ଝୁଲି ପଡ଼ିଥିଲେ I ତେବେ ଆତ୍ମହତ୍ୟା ପୂର୍ବରୁ କିପରି ଯୁବକ ଜଣଙ୍କ ତାଙ୍କ ସହିତ ସେହି ଜଘନ୍ୟ କାମ କରିଥିଲେ ଯେଉଁଥିପାଇଁ ଏଭଳି ପଦକ୍ଷେପ ନେଲେ ତାହା ଲେଖିଯାଇଛନ୍ତି I ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *