ବର୍ତ୍ତମାନ ସଡ଼କ ଦୁର୍ଘଟଣା ରେ ବହୁ ଲୋକ ଙ୍କ ଜୀବନ ଯାଉଛି। ସେଥିରୁ ଅଧିକାଂଶ ଦୁର୍ଘଟଣା ଓଭର୍ ବ୍ରିଜ ରେ ହେଉଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ନୂଆ ପଦକ୍ଷେପ ନେଇଛନ୍ତି। ଏହି ନିୟମ ଅନୁଯାୟୀ କୌଣସି ବାଇକ୍ ଆରୋହୀ ବିନା ହେଲମେଟ ରେ ଓଭାର ବ୍ରିଜ ଉପରେ ଯାଇ ପାରିବେ ନାହିଁ। ରସୁଲଗଡ଼ ରୁ ଖଣ୍ଡଗିରି ଓଭାର୍ ବ୍ରିଜ ମଧ୍ୟରେ ଅଧିକାଂଶ ଦୁର୍ଘଟଣା ହେଉଥିବାରୁ ଆଜିଠୁ ଏହି ନିୟମ ଏହି ଅଞ୍ଚଳ ରେ ଲାଗୁ କରାଯାଇଛି। ପୂର୍ବରୁ ପ୍ରଶାସନ ଏହି ନିୟମ ଲଗୁକରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଆଜି ଠୁ ଏହା ଭୁବନେଶ୍ୱର ରେ ଲାଗୁ କରାଯାଇଛି।
ଦ୍ରୁତ ବାଇକ୍ ଚାଳନା ହେତୁ ଖଣ୍ଡଗିରି ରୁ ରସୁଲଗଡ଼ ଓଭର ବ୍ରିଜ ଉପରେ ଅଧିକାଂଶ ଦୁର୍ଘଟଣା ଘଟୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ବ୍ରିଜ ଉପରେ ବିନା ହେଲମେଟ ରେ ଗଡ଼ିଚଳନା ଉପରେ ରୋକ୍ ଲାଗିଛି ପ୍ରଶାସନ। ପରୀକ୍ଷାମୂଳକ ଭାବେ ବର୍ତ୍ତମାନ ଗୋଟିଏ ମାସ ପାଇଁ ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ।