ପ୍ରେମିକ ସାମ୍ନାରେ ପ୍ରେମିକାକୁ ଟାଣିନେଇ କାର ଭିତରେ କଲା ବଳାତ୍କାର

ଆସାମ ରାଜ୍ୟର ଗୋହାଟିରେ ଏକ ଯୁବତୀଙ୍କ ସହ ବଳାତ୍କାର ହୋଇଥିବାର ଭୟାନକ ଘଟଣା ସାମ୍ନାକୁ ଆସିଛି I ଏହି ଘଟଣାଟି ଘଟିଛି ଗୋହାଟିର ଗୌରୀପୁର ପୋଲିସ ଚୌକି ଅନ୍ତର୍ଗତ ଅମିନିଗାଁ ଅଂଚଳରେ ଯେଉଁଠି ଜୟନୁର୍ଦ୍ଧିନୀ ଅହମଦ ନାମକ ଜଣେ ବ୍ୟକ୍ତି ପ୍ରେମିକ ସାମ୍ନାରେ ପ୍ରେମିକାକୁ ଟାଣିନେଇ କାର ଭିତରେ ବଳାତ୍କାର କରିଛି I ଘଟଣାଟି ପ୍ରକାଶିତ ହେବା ପରେ ପୋଲିସ ଆରୋପି ଜୟନୁର୍ଦ୍ଧିନୀ ଅହମଦକୁ ଗିରଫ କରିଛି I ମେଡିଆ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗତ 9-10 ଜୁନୁ ମଧ୍ୟରାତିରେ ପ୍ରେମୀଯୁଗଳ କୁଆଡେ ଯାଉଥିଲେ ତଥା ଗାଡିର ଅପେକ୍ଷାରେ ଥିଲେ I

ସେହି ସମୟରେ ବୋଲର ପିକପର ଚାଳକ ଜୟନୁର୍ଦ୍ଧିନୀ ଅହମଦ ସେଠାକୁ ଗାଡି ନେଇ ଆସିଲେ ତଥା ପ୍ରେମୀଯୁଗଳଙ୍କୁ ଜାଳୁକାବାଡି ପର୍ଯ୍ୟନ୍ତ ଲିପ୍ଟି ଦେବାର କଥା କହି ତାଙ୍କୁ ଗାଡ଼ିରେ ବସାଇଲା I ତାପରେ ଆରୋପି ଜୟନୁର୍ଦ୍ଧିନୀ ଅହମଦ ଗନ୍ତବ୍ୟ ସ୍ଥାନରେ ଗାଡି ନରଖି ଅମିନିଗାଁ ଆଡକୁ ନେଇଗଲା I ଯୁବକ ଯୁବତୀଙ୍କୁ ଚୁପଚାପ ବସିବାକୁ ଧମକ ଦେଲା I

ସୁନସାନ ଜାଗାକୁ ନେଇ ଗାଡି ରୋକୀଲା ଜୟନୁର୍ଦ୍ଧିନୀ ଅହମଦ ଓ ପ୍ରେମିକ ସାମ୍ନାରେ ପ୍ରେମିକାକୁ ଧମକ ଦେଇ କାର ଭିତରକୁ ଟାଣିନେଇ ବଳାତ୍କାର କରିବା ପରେ ସେଠାରୁ ଚାଲିଗଲା I ତାପରେ ପ୍ରେମିକ ପୋଲିସକୁ ସୂଚନା ଦେବା ପରେ ପୋଲିସ ଜୟନୁର୍ଦ୍ଧିନୀ ଅହମଦ ଗିରଫ କଲା I

Leave a Reply

Your email address will not be published. Required fields are marked *