ଆତଙ୍କବାଦୀ ଆକ୍ରମଣ, ଓଡ଼ିଆ ଯବାନ ଅଜିତ ସହିଦ୍‌ ଫେସ୍‌ବୁକ୍‌ରେ ‌ଲେଖିଥିଲେ: ଦେଶ୍‌କେ ଲିୟେ ଜିନା, ଦେଶ୍‌କେ ଲିୟେ ମର୍‌ନା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବଡ଼ସୁଆଁଳ ଗାଁ ର ଯବାନ ଅଜିତ୍ କୁମାର ସାହୁ (୨୭) ଜାମ୍ମୁ କାଶ୍ମୀର ରେ ଗତକାଲି ଆତଙ୍କବାଦ ଆକ୍ରମଣରେ ପ୍ରାଣ ହରାଇଛନ୍ତି।ଏହି ଘଟଣା ସମଗ୍ର କାମାକ୍ଷାନଗର ଉପଖଣ୍ଡ କୁ ଶୋକ ରେ ଡୁବେଇ ଦେଇଛି।ସେ ତାଙ୍କର ଫେସବୁକ୍ ଆକାଉଣ୍ଟରେ ଲେଖିଥିଲେ ଦେଶ କେ ଲିୟେ ଜିନା,ଦେଶ କେଲିୟେ ମରନା…ହେଲେ ୨୪ ଘଣ୍ଟା ବିତିନି ଦେଶ ପାଇଁ ହୋଇଗଲେ ସହିଦ। ବଡସୁଆଁଳ ଗ୍ରାମର ସନ୍ତୋଷ ସାହୁଙ୍କ ସାନ ପୁଅ ଅଜିତ ମାତ୍ର ୪ ବର୍ଷ ତଳେ ୨୦୧୫ ମସିହାରେ ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେଇଥିଲେ।ତାଲିମ ଶେଷ ପରେ କୋଲକାତାରେ ୨ ବର୍ଷ କାର୍ଯ୍ୟ କରିଥିଲେ।

ସେଠାରୁ ତାଙ୍କର ବଦଳି ହୋଇଥିଲା ଜାମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲାର ଏକ କ୍ୟାମ୍ପକୁ।ଗତକାଲି ସେନା ଗାଡ଼ିରେ ଯିବା ପୂର୍ବରୁ ବାପାଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ।ଏବଂ ସେତେବେଳେ ସେ ତାଙ୍କ ଫେସବୁକ୍ ଆକାଉଣ୍ଟ୍ ରେ ପୋଷ୍ଟ୍ କରିଥିଲେ ଦେଶ ପାଇଁ ତାଙ୍କ ମନରେ ଥିବା ଭାବନା।ହେଲେ ତା ପର ଦିନ ସକାଳେ ବାପା ସନ୍ତୋଷ ଙ୍କ ପାଖକୁ ଫୋନ୍ ଆସିଲା କି ତାଙ୍କ ପୁଅ ସହିଦ ହୋଇ ଯାଇଛନ୍ତି।ଏବଂ ସାରା କାମାକ୍ଷାନଗର ରେ ଶୋକର ଛାୟା ଖେଳି ଯାଇଥିଲା।

Leave a Reply

Your email address will not be published. Required fields are marked *