ମୋଦୀ ସରକାର ୨.୦, ବିଦା ହେଲେ ୧୫ ଦୁର୍ନୀତିଗ୍ରସ୍ତ ଅଧିକାରୀ

ବର୍ତ୍ତମାନ ଆରମ୍ଭ ହୋଇଛି ନରେନ୍ଦ୍ର ମୋଦି ଙ୍କ ଏକ ନୂଆ ଅଭିଯାନ। ବର୍ତ୍ତମାନ ସେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଙ୍କୁ ନିଜ ପଦବୀ ରୁ ହଟାଇବା ପାଇଁ ସେ ଯୋଜନା ଚଳାଇଛନ୍ତି। ଆଜି ସେ ୧୫ ଜଣ ଭାରତୀୟ ରାଜସ୍ବ ସେବା ( ଆଇଆରଏସ ) ଅଧିକାରୀ ଙ୍କୁ ବିଦା କରିଛନ୍ତି। ଅର୍ଥାତ୍ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏମାନଙ୍କ ବିରୁଦ୍ଧରେ ଲଞ୍ଚ, ଦୁର୍ନୀତି, ଏବଂ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା ରହିଛି।

ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୭ ଜଣ ଆଇଆରଏସ ଅଧିକାରୀ ଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଆଜି ଯେଉଁ ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେମାନେ ହେଲେ ପ୍ରଧାନ କମିଶନର ଡ. ଅନୁପ ଶ୍ରୀବାସ୍ତବ, କମିଶନର ଅତୁଲ ଦୀକ୍ଷିତ, ସଂସାର ଚାନ୍ଦ, ଜି ଶ୍ରୀହର୍ଷ , ବିନୟ ବ୍ରଜ ସିଂହ, ଅତିରିକ୍ତ କମିଶନର ଅଶୋକ ମହିଦା, ବିରେନ୍ଦ୍ର କୁମାର ଅଗ୍ରୱାଲ, ଡେପୁଟି କମିଶନର ଅମାରେଜ ଜୈନ, ନଳୀନ କୁମାର, ସହକାରୀ କମିଶନର ଏସ ଏସ ପାବନା, ଏସ ଏସ ବିଷ୍ଟ, ବିନୋଦ କୁମାର ସାଙ୍ଗା, ଅତିରିକ୍ତ କମିଶନର ରାଜୁ ଶେଖର, ଡେପୁଟି କମିଶନର ଅଶୋକ କୁମାର୍ ଅସ୍ୱାଲ୍, ଏବଂ ସହକାରୀ କମିଶନର ମହମ୍ମଦ ଅଲତାଫ।

Leave a Reply

Your email address will not be published. Required fields are marked *