ଓଡ଼ିଆ ସହିଦ ଅଜିତ ଙ୍କୁ ନେଇ ରାଜନୀତି :ତ୍ରିରଙ୍ଗା ପତାକା ବଦଳରେ ଘୋଡାଇ ଦିଆଗଲା ବିଜେଡି ପତାକା

ଦେଶ ପାଇଁ ସହିଦ ହେଇଥିବା ଢେଙ୍କାନାଳ ର ପୁଅ ତଥା ଓଡିଶା ଗର୍ବ ସହିଦ୍ ଅଜିତ ସାହୁଙ୍କ ମରଶରୀର କୁ ନେଇ କରାଯାଇଛି ରାଜନୀତି କରଣ I ଯାହାକୁ ନେଇ ଟ୍ୱିଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ଖବର ଅନୁଯାଇ ସହିଦ ହେଇଥିବା ଅଜିତ ସାହୁଙ୍କ ମରଶରୀର ନିଜ ପୈତୃକ ଗ୍ରାମକୁ ଯାଉଥିବା ବେଳେ ଦେଖିବାକୁ ମିଳିଥିଲା କି ତାଙ୍କ ମରଶରୀର କଫିନ ରେ ଜାତୀୟ ପତାକା ନୁହେଁ ବରଂ ବିଜେଡି ର ପତାକା ଘୋଡାଇ ଦିଆଯାଇଥିଲା I ଏହାକୁ ନେଇ ବୈଜୟନ୍ତ ନିନ୍ଦା କରିବା ସହିତ ତୁରନ୍ତ ବିଜେଡି ଏଥିପାଇଁ କ୍ଷମା ମାଗୁ ବୋଲି ଟ୍ୱିଟ କରିଛନ୍ତି I

ସୂଚନା ଥାଉ କି ସୋମବାର ଜାମ୍ମୁ ଓ କଶ୍ମୀରର ଆଇଇଡି ବିସ୍ଫୋରଣ ରେ ଓଡ଼ିଆ ପୁଅ ଅଜିତ ସହିଦ ହେଇଥିଲେ I

Leave a Reply

Your email address will not be published. Required fields are marked *