ମୋବାଇଲ ଚୋରି ରୋକିବା ପାଇଁ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ, ଚୋରି ପରେ ବ୍ୟବହାର ଉପଯୋଗୀ ରହିବ ନାହିଁ ମୋବାଇଲ ଫୋନ

ବର୍ତ୍ତମାନ ଚାରିଆଡ଼େ ମୋବାଇଲ ର ବହୁଳ ବ୍ୟବହାର ହେବ ସହିତ ମୋବାଇଲ ଚୋରି ହେବ ମଧ୍ୟ ଏକ ସାଧାରଣ ଘଟଣା ପାଲଟି ଗଲାଣି। ଚୋର ମାନେ ବିଭିନ୍ନ ଉପାୟରେ ମୋବାଇଲ ଚୋରି କରି ମୋବାଇଲ କୁ ବ୍ୟବହାର କରିବା ସହିତ ସେଥିରେ ଥିବା କିଛି ବ୍ୟକ୍ତିଗତ ଜିନିଷ ର ଭୁଲ୍ ବ୍ୟବହାର ମଧ୍ୟ କରିଥାନ୍ତି। ତେବେ ଏହାକୁ ରୋକିବା ପାଇଁ ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ଦୂରସଂଚାର ମନ୍ତ୍ରଣାଳୟ ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡିଏନ୍ଟିଟି ରେଜିଷ୍ଟର ଆରମ୍ଭ କରିବାକୁ ଯାଉଛି। ଏଥିରେ ସମସ୍ତଙ୍କ ମୋବାଇଲ ଫୋନ ର ୧୫ ଅଙ୍କ ବିଶିଷ୍ଟ ଇନ୍ଟରନ୍ୟାସନାଲ ମୋବାଇଲ ଇକ୍ୟୁପମେନ୍ଟ ଆଇଡିଏଣ୍ଟି ର ଡାଟା ରହିବ। ଏହି ଯୋଜନା ବଳ ରେ ଆଗକୁ ଯେଉଁ ମୋବାଇଲ ଚୋରି ହେବ ସେମାନେ ପୋଲିସ ରେ କମ୍ପ୍ଲେ୍ନ ଦେବା ପରେ ଦୂରସଂଚାର ବିଭାଗ ଏହି ୧୫ ଅଙ୍କ ବିଶିଷ୍ଟ ଆଇଏମଇଆଇ ନମ୍ୱର୍ କୁ ବ୍ଲକ୍ କରିଦେବେ। ଯାହା ଦ୍ଵାରା କି ସେହି ମୋବାଇଲ ଟି ଅଚଳ ହୋଇଯିବ। ଏବଂ କୌଣସି ପ୍ରକାର ରେ ବି ଏହି ମୋବାଇଲ କୁ ବ୍ୟବହାର କରାଯାଇପାରିବ ନାହିଁ।

Leave a Reply

Your email address will not be published. Required fields are marked *