ଜ୍ବରରେ ଥରୁଛନ୍ତି ମହାପ୍ରଭୁ, ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରି ତେଲ

ଜ୍ବର ରେ ପଡିଛନ୍ତି ମହାପ୍ରଭୁ। ସ୍ନାନ ପୂର୍ଣ୍ଣମୀ ରେ ୧୦୮ କଳସୀ ଜଳ ରେ ସ୍ନାନ କରି ମହାପ୍ରଭୁ ଅଣସର ଘରେ ଜ୍ବର ରେ ପଡିଛନ୍ତି। ମହାପ୍ରଭୁ ଙ୍କୁ ଜ୍ବର ରୁ ମୁକ୍ତି କରିବା ପାଇଁ ଦଇତାପତି ମାନେ ଗୁପ୍ତ ନୀତି ରେ ମହାପ୍ରଭୁ ଙ୍କ ସେବା କରୁଛନ୍ତି। ସେଥି ପାଇଁ ଆଜି ବିଧି ଅନୁସାରେ ଶଯ୍ୟାଶାୟୀ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଅଙ୍ଗ ରେ ଜଡ଼ିବୁଟି ଯୁକ୍ତ ଫୁଲୁରି ତେଲ ଲାଗି କରାଯିବ।

ନୀତିନିୟମ ଅନୁସାରେ ଆଜି ବଡ଼ ଓଡ଼ିଆ ମଠ ପକ୍ଷ ରୁ ଯତ୍ନ ସହକାରେ ଫୁଲୁରି ତେଲ ପ୍ରସ୍ତୁତ କରାଯାଇଛି। ବଡଦେଉଳ ରେ ମଧ୍ୟାହ୍ନ ଧୂପ ସରିବା ପରେ ପରମ୍ପରା ମୁତାବକ ବଡଓଡିଆ ମଠ କୁ ବରକନ୍ଦାଜ ଙ୍କ ଜରିଆରେ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା। ଏହି ଖବର ପାଇବା ପରେ ବଡଓଡ଼ିଆ ମଠ ମହନ୍ତ ଙ୍କ ସହ ଅନ୍ୟ ମାନେ ମହୌଷଧି ଯୁକ୍ତ ଫୁଲୁରି ତେଲ କୁ ବଡ଼ଓଡିଅା ମଠ ରୁ ଶୋଭାଯାତ୍ରା ରେ ଶ୍ରୀମନ୍ଦିର କୁ ନେଇଯାଇଥିଲେ।

ପରମ୍ପରା ଅନୁସାରେ ଏହି ଫୁଲୁରି ତେଲ ଏକ ସ୍ବତନ୍ତ୍ର ପ୍ରଣାଳୀ ରେ ପ୍ରସ୍ତୁତ କରାଯାଇଥାଏ। ଏହି ତେଲ ପ୍ରସ୍ତୁତ କରିବା ପାଇଁ ଘଣା ପେଡ଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲି, ଜୁଇ, ଯାଇ ଭଳି ଫୁଲ କୁ ଏକ ତିନି ସେରିଅା ମାଟି ଘଡି ରେ ମିଶ୍ରଣ କରି ଏହି ମିଶ୍ରଣ କୁ ହେରାପଞ୍ଚମୀ ଦିନ ମାଟି ତଳେ ପୋତାଯାଏ। ମାଟି ତଳେ ଏହା ବର୍ଷେ ରହିବା ପରେ ମହାପ୍ରଭୁ ଜ୍ବର ରେ ପଡ଼ିଥିବା ସମୟରେ ଏହି ମାଟିତଳୁ ବାହାର କରାଯାଇ ଛଣା ଯାଏ ଏବଂ ଅଣସର ପିଣ୍ଡି କୁ ନିଆଯାଏ। ପରେ ଦଇତାପତି ଓ ସେବକ ଙ୍କ ଦ୍ଵାରା ତାହା ମହାପ୍ରଭୁ ଙ୍କ ଶ୍ରୀଅଙ୍ଗ ରେ ଲଗିକରାଜାଏ।

Leave a Reply

Your email address will not be published. Required fields are marked *