ଆଇସିସି ଜାରି କଲା ବୁମରା ଭିଡିଓ ‘ଷ୍ଟମ୍ପ୍‌ସ ଉଡ଼ିବା ଦୃଶ୍ୟ ଶ୍ରେଷ୍ଠ ଅନୁଭବ’

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଭାରତୀୟ ବୋଲିଂ ତାରକା ଯସପ୍ରିତ୍ ବୁମେରା ଙ୍କ ଏକ ଭିଡ଼ିଓ କୁ ଟୁଇଟର ପୃଷ୍ଠା ରେ ଜାରି କରିଛି। ଏଥିରେ ବୂମେରା ବୋଲିଂ କରିବାକୁ ଭଲ ପାଆନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ୟର୍କର୍ ବଲ ରେ ବ୍ୟାଟସ୍ ମ୍ୟାନ ଅଧିକ ଆଉଟ୍ ହୋଇଯାଉଥିବାରୁ ସେ ୟର୍କର ପକାଇବାକୁ ବେଶୀ ପସନ୍ଦ କରନ୍ତି। ଯେତେବେଳେ ବଲ ପକାଇବା ବେଳେ ଷ୍ଟମ୍ପ ଉଡିଯାଇଥାଏ ସେତବଳେ ସେ ଅତ୍ୟନ୍ତ ଖୁସି ହୋଇଯାଇଥାଆନ୍ତି।

ବର୍ତ୍ତମନ ଆଇସିସି ଦିନିକିଆ ମାନ୍ୟତା ରେ ସେ ଏକ ନମ୍ବର ଖେଳାଳି। ସେ ‘ ଭଲ ବେଗ ରେ ଭଲ ୟର୍କର ପକାଇଥାନ୍ତି ‘ ବୋଲି ତାଙ୍କୁ ୱଷ୍ଟେଇଣ୍ଡିଜ୍ ଅଲରାଉଣ୍ତର ଆନ୍ଦ୍ରେ ରସେଲ୍ କହିଥିଲେ। ସବୁ ଦୃତ ବୋଲର ଙ୍କ ମଧ୍ୟରେ ସେ ବିରଳ ବୋଲି କିସ୍ ଗେଲ ପ୍ରକାଶ କରିଥିଲେ।

ବୁମେରା ଙ୍କ କହିବା ଅନୁସାରେ ପିଲାଦିନୁ ସେ ତାଙ୍କ ବାପା ଙ୍କୁ ହରାଇଛନ୍ତି। ତାଙ୍କ ମାଆ ଜଣେ ପ୍ରଧାନ ଶିକ୍ଷୟିତ୍ରୀ। ତାଙ୍କୁ ବଡ଼ ମଣିଷ କରିବା ପାଇଁ ସେ ଅନେକ ପରିଶ୍ରମ କରିଛନ୍ତି। ଘରେ ମା, ଭଉଣୀ ଓ ତାଙ୍କୁ ନେଇ ତାଙ୍କର ଏକ ଛୋଟିଆ ପରିବାର। ତାଙ୍କ ଭବିଷ୍ୟତ ପାଇଁ ପ୍ରେରଣା ସେ ନିଜ ଘରୁ ହିଁ ପାଇଥିଲେ। ସଫଳତା ପାଇବା ପାଇଁ ନିଜ ମଧ୍ୟରେ ଇଉନିଟ୍ ରଖିବା ଆବଶ୍ୟକ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *