ଭାରତକୁ ପାକିସ୍ତାନର ନିବେଦନ: କଥା ଦିଅ ଆଉ ବାଲାକୋଟ ପରି ସର୍ଜିକାଲ ଷ୍ଟ୍ରାଇକ କରିବନି

ଆତଙ୍କୀ ଙ୍କ ହମଲାର ଦୃଢ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଥିଲା ଭାରତ I ହଠାତ ହେଇଥିଲା ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ I ରାତି ଅଧରେ ଭାରତୀୟ ବାୟୁସେନାର ୧୨ଟି ଲଢୁଆ ଶକ୍ତିଶାଳୀ ମିରେଜ ଯୁଦ୍ଧବିମାନ ଧସେଇ ପଶିଥିଲେ ପାକିସ୍ତାନର ବାଲାକୋଟରେ I ବାଲକୋଟ ର ଜୈସରେ ଥିବା ଶିବିର ରେ ଜୋରଦାର ଆକ୍ରମଣ କରିଥିଲା ଭାରତୀୟ ବାୟୁସେନା I ପାକିସ୍ତାନ ଏହାର ଜବାବ ଦେବାକୁ ଚାହିଁଥିଲେ ମଧ୍ୟ ସମର୍ଥ ହେଇପାରିନଥିଲା I

ଭାରତର ଏହି ସର୍ଜିକାଲ ଷ୍ଟ୍ରାଇକ ରେ ସମ୍ପୂର୍ଣ୍ଣ ଭୟଭୀତ ହେଇଯାଇଥିଲା ପାକିସ୍ତାନ ,ତା ପରଠାରୁ ବିଦେଶୀ ଏୟାରଲାଇନ୍ସଗୁଡିକ ଉପରେ କଟକଣା ଜାରି କରିଥିଲା Iତେବେ ପରେ ଅନ୍ୟ ଦେଶ ଉପରୁ କଟକଣା ଉଠାଇ ସାରିଥିଲେ ମଧ୍ୟ ଭାରତ ଉପରୁ ଉଠାଇନି I ଏହାଯୋଗୁଁ ଭାରତୀୟ ଏୟାରଲାଇନ୍ସଗୁଡିକ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି କାହିଁକିନା କଟକଣା ଯୋଗୁଁ ଅଧିକ ବାଟ ବୁଲିଯିବାକୁ ପଡୁଥିବାରୁ ଅଧିକ ଖର୍ଚ୍ଚ ଏବଂ ସମୟ ଲାଗୁଚି

Iସେପଟେ ଭାରତ ଠରୁ ପାକିସ୍ତାନ ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହେଉଛି I ଉଭୟ କ୍ଷତି ରେ ରହୁଥିବା ବେଳେ ପାକିସ୍ତାନ ବାୟୁସେନା କହୁଛି କି ଯଦି ଭାରତ କଥା ଦେବ କି ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରି ଆଉ ଆକ୍ରମଣ ନକରିବ ତେବେ ସେ ଏହି କଟକଣା ଉଠାଇଦେବେ I

Leave a Reply

Your email address will not be published. Required fields are marked *