ବିରୋଧୀ ଦଳ ର ନେତା ବାଛିବା ପାଇଁ ଦେଖାଯାଇଛି ଦ୍ଵନ୍ଦ। ନେତା ବାଛିବା ପାଇଁ ଦୁଇ କେନ୍ଦ୍ର ମନ୍ତ୍ରୀ, ପ୍ରଭାରୀ ଓ ପର୍ଯ୍ୟବେକ୍ଷକ ଙ୍କ ଉପସ୍ଥିତି ରେ ବିଜେପି ବିଧାୟକ ମାନେ ଏକାଠି ହୋଇଥିଲେ। କିନ୍ତୁ ସେମାନେ ନିଜର ନେତା ବାଛିବା ପାଇଁ ଅସଫଳ ହୋଇଥିଲେ। ୨୫ ତାରିଖ ରେ ବିଧାନ ସଭା ଅଧିବେଶନ ପୂର୍ବରୁ ନାମଲେଖା ହେବବୋଲି ସୂଚନା ମିଳିଥିବାରୁ ବିରୋଧୀ ଦଳ ର ନେତା ବାଛିବା ଦାୟିତ୍ଵ ବିଜେପି ବିଧାୟକ ମାନେ ଅମିତ୍ ସାହା ଙ୍କ ଉପରେ ଛାଡି ଦେଇଛନ୍ତି। ଶ୍ରୀ ଶାହା ଯାହାକୁ ନେତା ଭାବେ ବାଛିବେ ସମସ୍ତେ ତାହାଙ୍କୁ ମନିନେବକୁ ନିଷ୍ପତ୍ତି ନେଇଛନ୍ତି।
ଗତକାଲି ଅପରାହ୍ନରେ ବିଜେପି କାର୍ଯ୍ୟାଳୟ ରେ ଡକାଯାଇଥିବା ବିଧାୟକ ବୈଠକ ରେ ସମସ୍ତ ବିଧାୟକ ଯୋଗ ଦେଇଥିଲେ। ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢ଼ଙ୍ଗି, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ସାଂସଦ ସରୋଜ ପାଣ୍ଡେ, ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ଓ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକ ରେ କାହାକୁ ବି ନେତା ଭାବରେ ଚୟନ କରାଯାଇନଥିଲା। କୁହାଯାଇଥିଲା ବିଜେପି ହେଉଛି ଏକ ଏକ ରାଷ୍ଟ୍ରୀୟ ଦଳ। ତେଣୁ ଦଳ ର ନେତା ଚୟନ ର ଦାୟିତ୍ଵ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଙ୍କ ଉପରେ ଛାଡି ଦିଆଯାଉ। ଶେଷରେ ଏହି ନିଷ୍ପତ୍ତି କୁ ସମସ୍ତେ ସମର୍ଥନ କରିଥିଲେ।
ଏହି ବୈଠକ ବସିଶାରିବା ପରେ ବିଧାୟକ ବିଷ୍ଣୁ ସେଠୀ ଗଣମାଧ୍ୟମ କୁ କହିଥିଲେ ଯେ ଜଣେ ଦକ୍ଷ ଓ ସକ୍ଷମ ବ୍ୟକ୍ତି ଙ୍କୁ ବିଧାୟକ ଦଳ ନେତା ଭାବେ ଦାୟିତ୍ଵ ଦିଆଯିବ। ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି କୁ ଓଡ଼ିଶାବାସୀ ଯେଉଁ ଦାୟିତ୍ଵ ଦେଇଛନ୍ତି ତାହାକୁ ବିଜେପି ସୁଚାରୁରୂପେ ତୁଲାଇବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦିନେ କି ଦୁଇ ଦିନ ମଧ୍ୟରେ ବିଧାୟକ ଦଳ ନେତା ଙ୍କ ନାମ ଘୋଷଣା କରିବେ।
ସୂଚନା ଅନୁସାରେ ଏହି ପଦବୀ ପାଇଁ ଏବେ ଚାରି ଜଣ ଙ୍କ ନାମ ଚର୍ଚ୍ଚା ରେ ରହିଛି। ସେମାନେ ହେଲେ ସମ୍ବଲପୁର ଏ ବିଧାୟକ ଜୟନାରାୟଣ ମିଶ୍ର, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ, ଓ କେନ୍ଦୁଝର ବିଧାୟକ ମୋହନମଝି ଓ ବିଧାୟକ ବିଷ୍ଣୁ ସେଠୀ। କିନ୍ତୁ କୌଣସି ଜଣଙ୍କୁ ସଠିକ୍ ଭାବରେ ଚୟନ କରାଯାଇନାହିଁ। ୨୫ ତାରିଖ ତାରିଖ ପୂର୍ବରୁ ଅମିତ୍ ସାହା ବିଧାୟକ ଦଳ ନେତା ଭାବେ ଜଣଙ୍କ ନାମ ଘୋଷଣା କରିବେ ବୋଲି ସୂଚନା ମିଳିଛି।