ଜେଇ ଙ୍କୁ ଉଠ୍‌ବସ୍ କରିବା ପଡିଲା ମହଙ୍ଗା ,ଗିରଫ ହେଲେ ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର

ଶେଷରେ ଗିରଫ ହେଇଛନ୍ତି ପାଟଣା ଗଡ ବିଧାୟକ ସରୋଜ ମେହେର I PWD ର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଆଜି ସରୋଜ ଙ୍କୁ ପୋଲିସ ଗିରଫ କରିଛି I ସୂଚନା ଅନୁଯାଇ ଆଜି ସକାଳୁ ତାଙ୍କୁ ପୋଲିସ ତାଙ୍କୁ ନୂଆପଡା ର ଏକ ହୋଟେଲ ରୁ ଆଣି ଅଟକ ରଖିଥିଲା I ପରେ ନୂଆପଡ଼ାରୁ ସ୍ୱତନ୍ତ୍ର ସୁରକ୍ଷାବଳୟ ରେ ବଲାଙ୍ଗିର ଅଣାଯାଇଥିଲା ।

ଖବର ଅନୁଯାଇ ନିଜେ ଏସ୍‌ପି ଏସ୍. ଶିବା ସୁବ୍ରମଣି ବିଧାୟକ ଙ୍କୁ ଜେରା କରିଥିଲେ।ଜେରାପରେ ବିଧାୟକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି I ସୂଚନା ଥାଉ କି ଏକ ରାସ୍ତା କାମ ଅତି ନିମ୍ନମାନର ହେଇଥିବା ଦୃଷ୍ଟିରୁ ଲୋକଙ୍କ ଉତ୍ତେଜନା ବଢିଥିଲା ଏବଂ ସେଠାରେ ଥିବା ବିଧାୟକ ଜେଇ ଙ୍କୁ ଉଠ୍‌ବସ୍ କରାଇଥିଲେ I ଏନେଇ ଜେଇଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ ,ଏପରିକି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆସନ୍ତା 26ତାରିଖରେ ବିଧାନସଭା ଘେରାଓ କରିବେ ବୋଲି ନିଷ୍ପତି ନେଇଥିଲେ

I ଘଟଣା ତୀବ୍ର ହେବାକୁ ଯାଉଥିବା ବେଳେ ଆଜି ବିଧାୟକ \ଙ୍କୁ ଗିରଫ କରାଯାଇଛି I

Leave a Reply

Your email address will not be published. Required fields are marked *