ସାଙ୍ଘାତିକ ବାବା ,ପ୍ରତିଦିନ ୧୦ଜଣ ଯୁବତୀଙ୍କୁ ଦୁଷ୍କର୍ମ କରୁଥିଲା, ଆଶ୍ରମ ରୁ ୪୦ରୁ ଉର୍ଦ୍ଧ ଯୁବତୀ ଉଦ୍ଧାର

ଭାରତରେ ସାଧାରଣତଃ ଲୋକମାନେ ଧର୍ମ କୁ ବିଶ୍ୱାସ କରିଥାନ୍ତି ,କିନ୍ତୁ ଏହି ବିଶ୍ୱାସ ର ଫାଇଦା ଉଠାଇ ଲୋକଙ୍କୁ ଠକିଥାନ୍ତି କେତେକ ଅସାଧୁ ଭଣ୍ଡ ବାବା I ଯେମିତିକି ଓଡ଼ିଶାରେ ସାରଥୀ ,ସୁର ଙ୍କ ଭଳି`କେତେ ବାବା ଗିରଫ ହେଇଥିଲେ I କେବଳ ଠକିନଥାନ୍ତି ,ମହିଳାଙ୍କ ଇଜ୍ଜତ ସହିତ ମଧ୍ୟ ଖେଳିଥାନ୍ତି I ଉପରେ ବାବା ଦେଖାଇ ଲୋକଙ୍କୁ ଭାଷଣ ଦେଉଥିବା ବେଳେ ଭିତରେ ନିଜର ଲୁଚିରହିଥିବା କୁ କାମନା କୁ ଚରିତାର୍ଥ କରିଥାନ୍ତି I ବାବା ହେଇ ମଧ୍ୟ ଦୁଷ୍କର୍ମ କରିଥାନ୍ତି I ଯେପରିକି ବାବା ରାମ ରହିମ ମଧ୍ୟ ଫସିଥିଲେ I ତେବେ ନିକଟରେ ଆସିଛି ଜଣେ ବାବା ଙ୍କ ନାମରେ ସଙ୍ଗୀନ ଅଭିଯୋଗ I

କେବଳ ଅଭିଯୋଗ ନୁହେଁ ଆଶ୍ରମ ରେ ସିବିଆଇ ମଧ୍ୟ ଚଢ଼ାଉ କରିଥିଲା I ତେବେ ଆଜି ଚାଲନ୍ତୁ ଜାଣିବା ଜଣେ ଏମିତି ବାବାଙ୍କ ବିଷୟରେ ଯିଏ କି ସବୁ ପାପ ର ସୀମା ଟପିଯାଇଛି I ସୂଚନା ଅନୁଯାଇ ଜଣେ ଭଣ୍ଡ ବାବା ବିରେନ୍ଦ୍ର ଦେବ ଦିଲ୍ଲୀର ରୋହିଣୀ ରେ ଏକ ଆଧ୍ୟାତ୍ମିକ ବିଶ୍ବବିଦ୍ୟାଳୟ ଖୋଲିଥିଲା I ବିଶ୍ୱବିଦ୍ୟାଳୟ ରେ ବହୁ ଆପତ୍ତିଜନକ ଘଟଣା ଘଟୁଥିବାର ଅଭିଯୋଗ ଆସିବାର ଲାଗିଲା ଏପରିକି ବାବା ସେଠାରେ ଝିଅ ମାନଙ୍କୁ ଦୁଷ୍କର୍ମ କରୁଥିବା ଭଳି ଖବର ମିଳିବା ପରେ ତୀବ୍ର ଉତ୍ତେଜନା ଲାଗିବାରୁ ଶେଷରେ
ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ସିବିଆଇ ଟିମ୍‌ ବାବାଙ୍କ ଆଶ୍ରମ ରେ ଚଢ଼ାଉ କରିଥିଲା I

ବାବାଙ୍କ ଆଶ୍ରମ ରେ ଚଢ଼ାଉ ପରେ ସମସ୍ତଙ୍କ ହୋସ ଉଡିଯାଇଥିଲା ,ଆଶ୍ରମ ରୁ ୪୦ରୁ ଉର୍ଦ୍ଧ ଝିଅଙ୍କୁ ଉଦ୍ଧାର କରାଯାଇଥିଲା ଯେଉଁମାନଙ୍କୁ କି ବାବା ସେଠାରେ ଖରାପ କାମରେ ଲଗାଉଥିଲେ I କେବଳ ଏତିକି ନୁହେଁ ବାବା ପ୍ରତିଦିନ 10ଜଣ ଝିଅଙ୍କ ସହିତ ଦୁଷ୍କର୍ମ କରୁଥିଲା ବୋଲି ଜଣାପଡିଛି

I ବାବା ଫେରାର ଥିବାବେଳେ ଖୁବ ଶୀଘ୍ର ତାକୁ ଗିରଫ କରାଯିବ I

Leave a Reply

Your email address will not be published. Required fields are marked *