ପ୍ରତାପ ଙ୍କ ଆଗରେ ସମସ୍ତେ ଫିକା ,ଏବେ ନବୀନ ଙ୍କୁ ଟକ୍କର ଦେବେ ପ୍ରତାପ

ରାଷ୍ଟ୍ରପତି ଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ସହିତ ମୋଦିଙ୍କ 5ବର୍ଷର ସଫଳତା ଉପରେ ଅଭିଭାଷଣ ରଖିବାକୁ ଯେଉଁଭଳି ଭାବରେ ପ୍ରତାପ ଙ୍କୁ ସୁଯୋଗ ମିଳିଲା ,ତାହା ନିହାତି ଭାବରେ ବିରଳ ଏବଂ ଚକିତକର ଘଟଣା I କାହିଁକିନା ପ୍ରତାପ ଷଡ଼ଙ୍ଗୀ ପ୍ରଥମଥର ପାଇଁ ସାଂସଦ ହେଇଥିବା ବେଳେ ତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ରେ ପ୍ରଥମ ଥର ପାଇଁ ସୁଯୋଗ ମିଳିଥିଲା I ଏହାପରେ ସଂସଦ ରେ ଦୀର୍ଘ 50 ମିନିଟ ର ଭାଷଣ ରଖିବାକୁ ଦିଆଯାଇଥିଲା ସୁଯୋଗ I ଯାହାକି ଜଣେ ନବାଗତ ଙ୍କ ପାଇଁ ଏକ ଦିବା ସ୍ବପ୍ନ I ତେବେ ପ୍ରତାପ ଙ୍କ ଓଜସ୍ୱିନୀ ଭାଷଣରେ ସାରା ଭାରତ ସ୍ତବ୍ଧ ହେଇଯାଇଥିଲା I

ସାଧାରଣ ଏକ ଗାଁ ରୁ ଦିଲ୍ଲୀ ରେ ଜାଇ ନିଜର ପ୍ରତାପ ଦେଖାଇବା ପ୍ରତାପ ଙ୍କ ପାଇଁ ଓଡିଶା ବିଜେପି ର ମୁଖ୍ୟ ଚେହେରା କହିଲେ ଭୁଲ ହେବନି I ଓଡ଼ିଶାରେ ବିଜେପି ର କିଏ ମୁଖ୍ୟମନ୍ତ୍ରୀ ବୋଲି ସବୁବେଳେ ଲାଗିରହୁଥିବା ପ୍ରଶ୍ନ କୁ ବୋଧହୁଏ ମୋଦିଙ୍କ ମନ୍ତ୍ରୀମଣ୍ଡଳ ରେ ପ୍ରତାପ ଙ୍କ ଗୁରୁତ୍ୱ ଦେଖିସାରିବା ପରେ ଆଉ କେହି ପଚାରିବେନି

Iସାଧାରଣତଃ ଏବେ ଚର୍ଚ୍ଚା ଚାଲିଛି କି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଯଦି କେହି ଟକ୍କର ଦେବେ ସେ ହେଉଛନ୍ତି ପ୍ରତାପ ଷଡ଼ଙ୍ଗୀ I

Leave a Reply

Your email address will not be published. Required fields are marked *