ଭୁବନେଶ୍ୱର ରୁ କଟକ କୁ ଚାଲିବ ମେଟ୍ରୋ ଟ୍ରେନ୍

ଆଜି ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଇଥିବା ବେଳେ ରାଜ୍ୟପାଳ ନିଜର ଅଭିଭାଷଣ ରଖିଥିଲେ I ନବୀନ ପଟନାୟକ ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ହେଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସରକାର ଲାଗୁ କରାଇଥିବା ଯୋଜନା ଗୁଡିକ କାର୍ଯ୍ୟକାରି କରାଯିବ ବୋଲି କହିଥିଲେ I କାଳିଆ ଯୋଜନାରେ ସମସ୍ତ ହିତାଧିକାରୀ ମାନଙ୍କୁ ସାମିଲ କରାଯିବା ନେଇ କହିବା ସହିତ ଅନ୍ୟ ପ୍ରସଙ୍ଗ ଗୁଡିକ ଉପରେ ନିଜର ଅଭିଭାଷଣ ରଖିଥିଲେ

I ଏହା ସହିତ ସ୍ମାର୍ଟସିଟି ରାଜଧାନୀ ଭୁବନେଶ୍ବରରୁ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତୁତି ଚାଲିଛି I ଖୁବ ଶୀଘ୍ର ଏନେଇ କାର୍ଯ୍ୟ ଆରମ୍ଭ ହେବ I ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର ରୁ କଟକ ଯାଏଁ ମେଟ୍ରୋ ଟ୍ରେନ ଚଳାଚଳ ହେବ ଏବଂ ପରେ ଅନ୍ୟ ଅଞ୍ଚଳ କୁ ଏହି ପ୍ରକ୍ରିୟାରେ ଯୋଡ଼ାଯିବ I

Leave a Reply

Your email address will not be published. Required fields are marked *