ଆନ୍ଧ୍ର ସରକାରଙ୍କ ନିଷ୍ପତ୍ତି, ପିଲାକୁ ସ୍କୁଲ ପଠାଇଲେ ମା’କୁ ମିଳିବ ୧୫ ହଜାର ଟଙ୍କା

ବର୍ତ୍ତମାନ ସରକାରୀ ସ୍କୁଲ୍ ରେ ପିଲାମାନଙ୍କ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲାଣି।ତେଣୁ ଶିକ୍ଷା ବ୍ୟବସ୍ଥା ରେ ଉନ୍ନତି ଆଣିବା ପାଇଁ ଆନ୍ଧ୍ର ସରକାର ଏକ ନୂତନ ପଦକ୍ଷେପ ନେଇଛନ୍ତି। ସେହି ଯୋଜନା ର ନାମ ରହିଛି ‘ ଆମ୍ମା ଭୋଡି ‘। ଏହି ଯୋଜନା ରେ ପିଲାକୁ ସ୍କୁଲ୍ ପଠାଇଲେ ପିଲା ର ମା କୁ ଆନ୍ଧ୍ର ସରକାର ବର୍ଷକୁ ୧୫ ହଜାର ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିବେ। କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଏହି ଯୋଜନା କେବଳ ସ୍କୁଲ୍ ପିଲା ଙ୍କ ପାଇଁ ଘୋଷଣା କରିଥିଲେ କିନ୍ତୁ ବର୍ତ୍ତମାନ ଏଥିରେ ଇଣ୍ଟରମିଡିଏଟ ସ୍କୁଲ୍ କୁ ସାମିଲ୍ କରାଯାଇଛି।

ଏହି ଯୋଜନା ରେ ଇଣ୍ଟରମିଡିଏଟ ସ୍କୁଲ୍ କୁ ସାମିଲ୍ କରିବାପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଜଗନ୍ ରାଜ୍ୟବାସୀ ମାନଙ୍କୁ ପିଲାଙ୍କର ଶିକ୍ଷା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି କୁ ପୁରାଣ କରିବା ପାଇଁ ସେ ଏହିଭଳି ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *