ଆଉ ଠକିପାରିବେନି ଅଧ୍ୟାପକ: ଏଥରକ ୭ଘଣ୍ଟା କଲେଜରେ ରହିବେ, ବାୟୋମେଟ୍ରିକ୍‌ ରେ ଉପସ୍ଥାନ ଦେବେ

ଅଧ୍ୟାପକ ମାନଙ୍କ ପାଇଁ ଲାଗୁହେଲା ନୂଆ ନିୟମ I କଲେଜ ରେ ଆଖିଦୃଶିଆ ପରୀକ୍ଷାଫଳ ନଆସିବା ପରେ ଚେତିଛି ଉଞ୍ଚ ଶିକ୍ଷା ବିଭାଗ I ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏବଂ ପାଠପଢ଼ାରେ ଉର୍ନ୍ନତି ଆଣିବାକୁ ନୂଆ ନିୟମ ଲାଗୁ କରିଛି ବିଭାଗ I ବିଶେଷ କରି କଲେଜ ରେ କିପରି ଛାତ୍ର ଛାତ୍ରୀ ମାନେ ଭଲ ଫଳାଫଳ କରିବେ ତାହା ପାଇଁ ଅଧ୍ୟାପକ ମାନଙ୍କ ଉପରେ ବିଭାଗ ଲାଗୁ କରିଛି ନୂଆ ନିୟମ I ଏଥରକ ଅଧ୍ୟାପକ ମାନେ କଲେଜ ରେ ୭ଘଣ୍ଟା ରହିବାକୁ ବାଧ୍ୟ I ଏହା ବାଦ ଅଧିକାଂଶ ଅଧ୍ୟାପକ କଲେଜ ରେ ଉପସ୍ଥାନ ନଦେଇ ଠକୁଥିବାର ଅଭିଯୋଗ ଆସୁଛି ତେଣୁ ଏଥରକ କଲେଜରେ ବାୟୋମେଟ୍ରିକ୍‌ ମେଶିନ୍‌ ଲାଗିବ ଯାହାଫଳରେ ଶିକ୍ଷାର ଗୁଣାତ୍ମକ ମାନ ବଢିବ I ଏନେଇ ଉଞ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ ଘୋଷଣା କରିଛନ୍ତି I

Leave a Reply

Your email address will not be published. Required fields are marked *