ପୁଅ କୁ ବଞ୍ଚାଇବାକୁ Facebook ରେ ପୋଷ୍ଟ ଦେଖି ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ସାଂସଦ ଅନୁଭବ ମହାନ୍ତି

ଆଜିକା ଯୁଗରେ ସୋସିଆଲ ମିଡ଼ିଆ କେବଳ ଖବର ନୁହେଁ ଅନେକ ସ୍ଥଳରେ ଜୀବନ ମଧ୍ୟ ବଞ୍ଚାଇଦେଉଛି I ସୋସିଆଲ ମିଡ଼ିଆ ଯୋଗୁଁ ଖୁବ ଅଳ୍ପ ସମୟ ମଧ୍ୟରେ ନେତା ମନ୍ତ୍ରୀ ମାନଙ୍କ ଉପରେ ଏହାର ପ୍ରଭାବ ପଡିପାରୁଛିI ଗତ ଦୁଇଦିନ ତଳେ ସୋସିଆଲ ମିଡିଆରେ ନିଜ ଜନ୍ମିତ ଶିଶୁପୁତ୍ର କୁ ସାହାଯ୍ୟ କରିବାକୁ ଜଣେ ସିପାହୀ ଅନୁରୋଧ କରି ଫେସବୁକ ରେ ପୋଷ୍ଟ କରିଥିଲେ ,ଘଟଣାଟି ଭାଇରଲ ହେବାପରେ କେନ୍ଦ୍ରାପଡା ସାଂସଦ ଅନୁଭବ ନିଜେ ପହଞ୍ଚି ସାହାଯ୍ୟର ହାତ ବଢ଼ାଇଛନ୍ତି I

ସୂଚନାନୁଯାୟୀ ସପ୍ତମ ବାଟାଲିୟନର ସିପାହୀ ଦେବାଶିଷ କର ଙ୍କର ଏକ ଶିଶୁପୁତ୍ର ହେଇଥିଲା ତେବେ ନବଜାତ ଶିଶୁପୁତ୍ର ଟି ଗୁରୁତର ଥିବାବେଳେ ଶିଶୁଭବନ ରେ ଭର୍ତି ହେଇଥିଲା କିନ୍ତୁ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ କରୁଥିଲେ ମଧ୍ୟ କେହି ଶୁଣିନଥିଲେ ଫଳରେ ଦେବାଶିଷ ବାଧ୍ୟ ହେଇ ନିଜ ପୁଅକୁ ବଞ୍ଚାଇବାକୁ ଫେସବୁକ ରେ ପୋଷ୍ଟ କରି ନିବେଦନ କରିଥିଲେ

।ଫେସବୁକ ରେ ଏହି ଘଟଣା ଦେଖିବା ପରେ ନିଜେ ଅନୁଭବ ହସ୍ପିଟାଲ ରେ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ I ଏବଂ ତୁରନ୍ତ ଜରୁରୀକାଳୀନ ସେବା ଯୋଗାଇଦେବାକୁ ଡାକ୍ତର ଙ୍କୁ ନିର୍ଦେଶ ଦେଇଥିଲେ I ଶିଶୁଟିର ସମସ୍ତ ଦାୟିତ୍ୱ ସରକାର ବହନ କରିବେ ବୋଲି ମଧ୍ୟ ଅନୁଭବ ପ୍ରତିଶୃତି ଦେଇଛନ୍ତି I

Leave a Reply

Your email address will not be published. Required fields are marked *