ମଦ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫଟୋ, ମୋଦୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଲେ ଗାନ୍ଧିପ୍ରେମୀ

ଇସ୍ରାଏଲ ର ମଦ କମ୍ପାନୀ ମାକା ବ୍ରେବେରି ଏହାର ମଦ ବୋତଲ ରେ ଅନ ଜାତି ର ପିତା ମହାତ୍ମା ଗାନ୍ଧୀ ଙ୍କ ଫଟୋ ଲାଗାଇଛି। ଏଥି ପାଇଁ ମହାତ୍ମାଗାନ୍ଧୀ ନ୍ୟାସନାଲ ଫାଉଣ୍ଡେସନ କର୍ତ୍ତୃପକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଅଭିଯୋଗ କରିଛନ୍ତି। ଏହି ଘଟଣା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଙ୍କ ସହ ଇସ୍ରାଏଲ ର ପ୍ରଧାନମନ୍ତ୍ରୀ ବେଞ୍ଜମିନ ନେତନ୍ୟହୁଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ଏହି ଚିଠି ରେ ମଦ କମ୍ପାନୀ ଓ ଏହାର କର୍ତ୍ତୃପକ୍ଷ ଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

ମହାତ୍ମାଗାନ୍ଧୀ ଙ୍କୁ ସାରା ଦେଶ ଶାନ୍ତି ଆଉ ଅହିଂସା ର ପ୍ରତୀକ ମାନୁଥିବା ବେଳେ ଏହି କମ୍ପାନୀ ତାଙ୍କ ଫଟୋ ଛାପି ତାଙ୍କ ଆଦର୍ଶ କୁ ଅପମାନିତ କରୁଛି। ସେଥି ପାଇଁ ଏହିଭଳି ବିଜ୍ଞାପନ କୁ ତୁରନ୍ତ ହଟାଜିବାକୁ ଦାବି କରାଯାଇଛି।

ମହାତ୍ମାଗାନ୍ଧୀ ଆଜୀବନ ମଦ ର ବ୍ୟବହାର ଓ ପ୍ରଚାର କୁ ବିରୋଧ କରୁଥିବାରୁ ତାଙ୍କ ଫଟୋ କୁ ମଦ ବୋତଲ ରେ ବ୍ୟବହାର କରିବା ସମ୍ପୂର୍ଣ୍ଣ ଅନୁଚିତ୍ ବୋଲି ଫାଉଣ୍ଡେସନ ର ଅଧ୍ୟକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *