ଘରୋଇ ସ୍କୁଲ ରେ ପଢେଇବା ଆଗରୁ ଜାଣିନିଅନ୍ତୁ ଏହିକଥା ନଚେତ୍ ଆପଣଙ୍କ ପିଲାର ଭବିଷ୍ୟତ ଅନ୍ଧାର

ଆଜିକା ଦିନରେ ସରକାରୀ ସ୍କୁଲ ନା ଶୁଣିଲେ ଅଭିଵାବକ ମାନଙ୍କ ଆଲର୍ଜି ହେଉଛି ,ସାଧାରଣତଃ
ସମସ୍ତଙ୍କ ଧାରଣା ରହିଛି ଯେ ସରକାରୀ ସ୍କୁଲ ରେ ପାଠ ପଢ଼ାଯାଉନାହିଁ I ପ୍ରାଇଭେଟ ସ୍କୁଲ ରେ ପାଠ ପଢାଇଲେ ପିଲାମାନଙ୍କର ଭଲ ଫଳାଫଳ ହେବ ,ଭବିଷ୍ୟତ ଉଜ୍ଵଳ ,କିନ୍ତୁ ସାବଧାନ ଆପଣ ଯଦି ପ୍ରାଇଭେଟ ସ୍କୁଲ ରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ତେବେ ପ୍ରଥମେ ସ୍କୁଲ ର ଏନଓସି ବାବଦରେ ଭଲଭାବରେ ବୁଝିନିଅନ୍ତୁ ,ନଚେତ ଭବିଷ୍ୟତରେ ଆପଣଙ୍କ ପିଲାଙ୍କର ଜୀବନ ଅନ୍ଧାର ହେଇଯିବ I

ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡା ରେ I ଘରୋଇ ସ୍କୁଲ ରେ ପଢ଼ୁଥିବା ଜଣେ ଛାତ୍ର ମେଧାବୀ ବୃତ୍ତି ନବଦୋୟ ପାଇଥିଲେ ମଧ୍ୟ ପଢ଼ୁଥିବା ସ୍କୁଲ ର ଏନଓସି ନଥିବାରୁ ସ୍କୁଲ ରେ ଆଡ଼ମିସନ ହେଇପାରୁନାହିଁ I ସୂଚନା ଅନୁଯାଇ ଘଟଣାଟି କେନ୍ଦ୍ରାପଡା ରାଜନଗର ଅନ୍ତର୍ଗତ ସାନମୂଳବସନ୍ତ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ର I

ଏଠାରେ ପାଠ ପଢ଼ୁଥିବା ପଟ୍ଟାମୁଣ୍ଡାଇ ବ୍ଲକ ପାନ୍ତୁରୀ ଗାଁର ଦୀପକ ଦାସ ନବୋଦୟ ପାଇଥିଲେ କିନ୍ତୁ ସେହି ସ୍କୁଲଟି ଶିକ୍ଷା ବିଭାଗ ଠାରୁ ଏନଓସି ପାଇନଥିଲା I ବୃତ୍ତି ପାଇଥିବା ଦୀପକ ଙ୍କ ପରିଶ୍ରମ ବେକାର ହେଇଯାଇଥିଲା I ସାର୍ଟିଫିକେଟ୍ ରେ କୌଣସି ବ୍ଲକ ଶିକ୍ଷା ଅଧିକାରୀ କି ଜିଲ୍ଲା ଶିକ୍ଷାଅଧିକାରୀ ଦସ୍ତଖତ କରିନଥିଲେ I ଫଳରେ । ଫଳରେ ଦୀପକ ଙ୍କ ନାମ ସରକାରୀ ନବୋଦୟ ସ୍କୁଲରେ ଲେଖା ହେଇପାରିନଥିଲା I

ତେଣୁ ପ୍ରାଇଭେଟ ସ୍କୁଲ ରେ ନାମ ଲେଖାଇବା ପୂର୍ବରୁ ନିହାତି ଭାବରେ ସ୍କୁଲ ଏନଓସି ଅଛି କି ନାହିଁ ଚେକ କରିନିଅନ୍ତୁ I

Leave a Reply

Your email address will not be published. Required fields are marked *