ଫୁଲରେ ସଜେଇ ହେବ ଶ୍ରୀମନ୍ଦିର ,୨୦ ଟ୍ରିପ୍‌ ଫୁଲ,୨୦୦ କାରିଗର ଆଣି ଆସୁଛନ୍ତି ଦିଲ୍ଲୀରୁ ଜଣେ ଭକ୍ତ

କୁହାଯାଏ ସେ ଲୀଳାମୟ ତା ଲୀଳା ବା କିଏ ବୁଝିବ ? ସତରେ ତା ଲୀଳା କେବଳ ତାକୁ ହିଁ ଜଣା I ଆସନ୍ତାକାଲି କାଳିଆର ନବଯୌବନ ଥିବାବେଳେ ସମ୍ପୂର୍ଣ୍ଣ ନୂଆ ବେଶରେ ମନ୍ଦିର କୁ ଦେଖିବାକୁ ମିଳିବ I କାଲି ଠାରୁ ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର କୁ ଫୁଲରେ ସଜେଇବେ ଜଣେ ଭକ୍ତ I ସମ୍ପୂର୍ଣ୍ଣ ଫୁଲରେ ସଜା ଯିବ ,ତେବେ ଏହି ସାଜସଜା ଶ୍ରୀମନ୍ଦିର ପ୍ରସାଶନ ତରଫରୁ କରାଯାଉନାହିଁ ବରଂ ଜଗା ର ଜଣେ ଭକ୍ତ ଏହି ସାଜସଜା କରିବାକୁ ସୁଦୂର ଦିଲ୍ଲୀରୁ ଛୁଟି ଆସିଛନ୍ତି I ତାଙ୍କ ନାମ କେକେ ଶର୍ମା,ସେ ଜଗନ୍ନାଥ ଙ୍କ ଜଣେ ପରମ ଭକ୍ତ ଏବଂ ଜଗନ୍ନାଥ ଙ୍କୁ ଫୁଲରେ ସଜାଇବାକୁ ତାଙ୍କର ବହୁତ ଇଛା ଥିଲା ସେଥିପାଇଁ ସେ ସ୍ବପ୍ନ କୁ ପୂରଣ କରିବାକୁ ଆସନ୍ତାକାଲି ଠାରୁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି I ରଥଯାତ୍ରା ଏବଂ ବାହୁଡା ସହିତ ,ରଥଯାତ୍ରା ସମୟରେ ଯେତେଦିନ ଶ୍ରୀଜଗନ୍ନାଥ ଗୁଣ୍ଡିଚା ମନ୍ଦିର ରେ ରହିବେ ସବୁଦିନ ମନ୍ଦିର କୁ ଫୁଲରେ ସଜେଇବେ ଏହି ଭକ୍ତ I ଏଥିପାଇଁ ମନ୍ଦିର ପ୍ରସାଶନ ଅନୁମତି ଦେଇଥିବା ବେଳେ ଭକ୍ତ ଜଣଙ୍କ 200କାରିଗରୀ ସାଙ୍ଗରେ ଆଣି ଆସିଛନ୍ତି I

Leave a Reply

Your email address will not be published. Required fields are marked *