ଫେସବୁକ୍ ରେ ଭାବବିହ୍ଵଳ ପୋଷ୍ଟ ଲେଖି ବଲିଉଡ ଛାଡିଲେ ଦଙ୍ଗଲ ଓ ସିକ୍ରେଟ୍ ସୁପର ଷ୍ଟାର୍ ଝିଅ

ଫିଲ୍ମ୍ ‘ ଦଙ୍ଗଲ୍ ‘ ରେ ଅଭିନୟ କରି ବେଶ୍ ଚର୍ଚ୍ଚା ରେ ଥିବା ଜୟରା ୱାସିମ୍ ବର୍ତ୍ତମାନ ଇସଲାମ ଇସଲାମ ଧର୍ମ ଯୋଗୁ ବଲିଉଡ୍ ଛାଡ଼ିବା ନେଇ ନିଜ ଫେସବୁକ୍ ପୋଷ୍ଟ ରେ ଲେଖିଛନ୍ତି। ତାଙ୍କର ଏହିଭଳି ନିଷ୍ପତ୍ତି ଯୋଗୁ ସମସ୍ତେ ଚକିତ ହୋଇଯାଇଛନ୍ତି। ସେ ଏହିଭଳି ନିଷ୍ପତ୍ତି କାହିଁକି ନେଲେ ସେ ନେଇ ସେ ସୋସିଆଲ ମିଡିଆରେ ଏକ ଭାବ ବିହ୍ୱଳ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ନିଜ ଅଭିନୟ ଜଗତରୁ ବିଦାୟ ନେବା କଥା ଲେଖିଛନ୍ତି।

ତାଙ୍କ କହିବା ଅନୁସାରେ ୫ ବର୍ଷ ପୂର୍ବେ ସେ ବଲିଉଡ୍ ଜଗତ ରେ ପାଦ ଦେଇଥିଲେ। ଯାହା ଦ୍ଵାରା ତାଙ୍କୁ ବହୁତ୍ ଖୁସି ଏବଂ ଶାନ୍ତି ମିଳିଛି କିନ୍ତୁ ବର୍ତ୍ତମାନ ସେ ଅନୁଭବ କରୁଛନ୍ତି ଯେ ଅଭିନେତ୍ରୀ ବନିବା ଯୋଗୁ ସେ ତାଙ୍କ ଇସଲାମ ଧର୍ମ ରୁ ଦୂରେଇ ଯାଉଛନ୍ତି। ସେଥି ପାଇଁ ସେ ଏହିଭଳି ଏକ ନିଷ୍ପତ୍ତି ନେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *