ବିମାନଠାରୁ ଶୀଘ୍ର ପହଞ୍ଚିବ ଏହି ମେଗଲେଭ୍ ଟ୍ରେନ, ୨୦୨୧ ସୁଦ୍ଧା ଚାଲିବ ଭାରତ ରେ

ବିମାନ ଠାରୁ ମଧ୍ୟ ଶୀଘ୍ର ପହଞ୍ଚିବ ଏହି ଟ୍ରେନ।କଥାଟି ବିଶ୍ୱାସ ନ ହେଲେ ବି ସତ।ଏବଂ ଖୁବ୍ ଶୀଘ୍ର ଏହା ଚିନ୍ ରେ ଦେଖିବାକୁ ମିଳିବ।ଆସନ୍ତା ୨୦୨୧ ସୁଦ୍ଧା ଏହି ଟ୍ରେନ ଯାତ୍ରା ଆରମ୍ଭ କରିବ ବୋଲି ଜଣା ପଡ଼ିଛି।ଏହି ଟ୍ରେନ ର ନାମ ମେଗଲେଭ ଟ୍ରେନ୍।ଏବଂ ଏହା ଘଂଟା ପ୍ରତି ୬୦୦ କିମି ବେଗରେ ଗତିକରିବ।
ଏହି ଟ୍ରେନ ପାରମ୍ପରିକ ଟ୍ରେନ୍ ଠାରୁ ବହୁତ୍ ଭିନ୍ନ ହୋଇଥିବା ବେଳେ ବର୍ତ୍ତମାନ ଚିନ ପାଖରେ ସର୍ବାଧିକ ଘଣ୍ଟା ପ୍ରତି ୪୩୧ କିଲୋମିଟର ବେଗରେ ଗତି କରୁଥିବା ଟ୍ରେନ୍ ରହିଛି। ଚୀନ୍ ର ରେଳ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ବେଜିଂ ରୁ ସାଂଘାଇ ଯିବାକୁ ବର୍ତ୍ତମାନ ୫ ଘଣ୍ଟା ସମୟ ଲାଗିଥାଏ।
କିନ୍ତୁ ଏହି ଟ୍ରେନରେ ସାଢ଼େ ୩ ଘଣ୍ଟା ଏହି ଯାତ୍ରାକୁ ସମ୍ପୂର୍ଣ୍ଣ କରିବ।ଏହି ଟ୍ରେନ ରେ ଚୁମ୍ବକୀୟ ପ୍ରଣାଳୀରେ ବ୍ୟବହାର କରାଯାଇଛି।ଯାହା ଦ୍ଵାରା ବିନା ରେଳ ଧାରଣାରେ କେବଳ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରାଇ ଏହି ଟ୍ରେନ ଯାଇ ପାରିବ।

Leave a Reply

Your email address will not be published. Required fields are marked *