ଓଡ଼ିଶାରେ ବିଜେପି ସ୍ତିତି ସୃଦୃଢ଼ କରିବାକୁ ଏକାଠି ଦୁଇ ଷଡ଼ଙ୍ଗୀ ,କମିବ ଧର୍ମେନ୍ଦ୍ରଙ୍କ ପତିଆରା

ରାଜ୍ୟ ବିଜେପି ରେ ଏବେ ନୂଆ ଚେହେରା ଭାବେ ଉଭା ହେଇଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସେହିପରି ବିଜେଡି ଗଡ଼ ରାଜଧାନୀ କୁ ଅକ୍ତିଆର କରିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ I ଏହି ଦୁଇଜଣ ଏବେ ସବୁଠୁ ଅଧିକ ଲୋକପ୍ରିୟତା ପାଇଥିବା ବେଳେ କର୍ମୀ ମହଲରେ ଗ୍ରହଣୀୟ ହେଇସାରିଛନ୍ତି I ରାଜ୍ୟରେ ଧର୍ମେନ୍ଦ୍ର ଙ୍କ ଦବଦବା ଥିବାବେଳେ ହଠାତ ପ୍ରତାପ ଙ୍କ ଅଭ୍ୟୁଥାନ ଏବଂ ଜାତୀୟ ସ୍ତରରେ ଏକ ସ୍ୱର୍ଚ୍ଛ ଚେହେରା ପ୍ରତାପ ଙ୍କ ମାଇଲେଜ କୁ ଢେର ଆଗକୁ ନେଇଯାଇଛି I

ରାଜ୍ୟରେ ଧର୍ମେନ୍ଦ୍ର ଙ୍କ ନେତୃତ୍ୱ କୁ ନେଇ ଅସନ୍ତୋଷ ଲାଗିରହିଥିବା ବେଳେ ଏବେ ନୂଆ କରି ନୂଆ ଚେହେରା ଭାବେ ଉଭା ହେଇଛନ୍ତି ରାଜ୍ୟର ଦୁଇ ଷଡ଼ଙ୍ଗୀ Iଅବଶ୍ୟ ପ୍ରତାପ ମନ୍ତ୍ରୀ ହେବାପରେ ଏକ ଘଟଣାରେ ସମ୍ପୃକ୍ତ ନଥାଇ ମଧ୍ୟ ତାଙ୍କୁ ଜୋର ଜବରଦସ୍ତ ନିନ୍ଦିତ କରିବାକୁ ଚେଷ୍ଟା କରାଯାଇଥିଲା,ଏହି ଘଟଣାରେ ମଧ୍ୟ ଧର୍ମେନ୍ଦ୍ରଙ୍କ ସମ୍ପୃକ୍ତି ଥିବା ବରିଷ୍ଠ ସାମ୍ବାଦିକ ସତ୍ୟ ନାୟକ ସନ୍ଦେହ ପ୍ରକଟ କରିଥିଲେ ସେହିପରି ଅପରାଜିତା ଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଙ୍କ ବୈଠକ ରେ ମଞ୍ଚରେ ବସିବାକୁ ଆସନ ମିଳିନଥିଲା I

ଏଦୁହିଁଙ୍କ ବ୍ୟତୀତ ରାଜ୍ୟରେ ଜୁଏଲ ଓରାମ ଙ୍କ ପତିଆରା ବୃଦ୍ଧି ହେଉଥିବା ବେଳେ ଚଳିତ ଥର ତାଙ୍କୁ ମନ୍ତ୍ରୀପଦ ଦିଆନଯାଇ ତାଙ୍କ ପକ୍ଷ ଛେଦନ କରାଯାଇଥିଲା I ତେବେ ୟା ମଧ୍ୟରେ ପ୍ରତାପ ମନ୍ତ୍ରୀଂହେବା ପରେ ଏକ ବୈଠକ ରେ ଯକ୍ଷ ଉଵାଚ କହି ପରୋକ୍ଷରେ କହିଥିଲେ ଯେ କେହିକି ପାୱାରଫୁଲ ନୁହନ୍ତି କେବଳ କର୍ମୀ ହିଁ ପାୱାର I ଅନ୍ୟପକ୍ଷରେ ରାଜଧାନୀ ରେ ଆୟୋଜିତ ସ୍ୱାଗତ ବୈଠକ ରେ ଅପରାଜିତା ଙ୍କୁ ଦେଖିବାକୁ ମିଳିନଥିଲା ଯଦିଓ ସେ କେବଳ ସୌଜନ୍ୟମୂଳକ ଭାବେ ସ୍ୱାଗତ କରୀ ଚାଲିଯାଇଥିଲେ I

ତେବେ ୟା ମଧ୍ୟରେ ଦୁଇ ଷଡ଼ଙ୍ଗୀ ଏକାଠି ହେଇଥିବାର ନଜର ଆସିଛି I ଓଡ଼ିଶାରେ ବିଜେପି ସ୍ଥିତି ସୃଦୃଢ଼ କରିବାକୁ ଅପରାଜିତା ଏବଂ ପ୍ରତାପ ଏବେ ଏକାଠି ହେଇଥିବା ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *