ବଢ଼ିଲା ନବ ଯୌବନ ଦର୍ଶନର ସମୟ ଅବଧି, ରାତି ୧୧.୩୦ ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବେ ଦିଅଁ

ସ୍ନାନ ଯାତ୍ରା ପରେ ଅସୁସ୍ଥ ହୋଇ ଅଣସର ଘରେ ଥିବା ବଡ଼ ଠାକୁର ସୁସ୍ଥ ହେବା ପରେ ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବାକୁ ବାହାରକୁ ବାହାରିଛନ୍ତି।ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ପ୍ରବଳ ଲୋକ ଭିଡ ହୋଇଥିବା ହେତୁ ମହାପ୍ରଭୁଙ୍କ ଦର୍ଶନର ସମୟ ଅବଧିକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଢାଇ ଦିଆଯାଇଛି।ରାତି ୧୧:୩୦ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ।

ପୂର୍ବରୁ ନବ ଯୌବନ ଦର୍ଶନ ପାଇଁ ସମୟ ଅବଧି ୪:୩୦ ରଖା ଯାଇଥିଲା।ଶ୍ରୀଜୀଉଙ୍କ ଦର୍ଶନ ସକାଶେ ୨୦ ଟଙ୍କାରୁ ୧୧୦ ଟଙ୍କା ପର୍ଯ୍ୟନ୍ତ ପରମାଣିକ ଟିକେଟ କାଟି ଭକ୍ତମାନେ ଦର୍ଶନ କରିଛନ୍ତି। ପରମାଣିକ ଟିକେଟରେ ଜଗନ୍ନାଥଙ୍କୁ ପ୍ରଥମେ ଦର୍ଶନ କରିବା ପାଇଁ ଧାଡ଼ି ଲଗାଇଥିବା ଭକ୍ତମାନେ ୩ ଟା ରୁ ୪ ଟା ମଧ୍ୟରେ ଦର୍ଶନ ସାରିଛନ୍ତି।

Leave a Reply

Your email address will not be published. Required fields are marked *