ସାମ୍ନାକୁ ଆସିଲା ସତ,ଆଙ୍ଗୁଳି ଫାଟି ବୋହିଯାଉଥିଲା ଧାର ଧାର ରକ୍ତ, ତଥାପି ଖେଳିଚାଲିଥିଲେ ଧୋନୀ

ଗତକାଲି ବାଂଲାଦେଶ ବିପକ୍ଷରେ ଭାରତ ଜିତି ସେମି ଫାଇନାଲ ରେ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ତା ପୂର୍ବରୁ ଇଂଲଣ୍ଡ ଠାରୁ ହାରିଯାଇଥିଲା I ତେବେ ଇଂଲଣ୍ଡ ଠାରୁ ହାରିବା ପରେ ଭାରତ କୁ ସମାଲୋଚନା କରାଯାଇଥିଲା ,ଏପରିକି କୁହାଯାଇଥିଲା କି ଭାରତ ଜାଣିଶୁଣି ହାରିଯାଇଛି ପାକିସ୍ତାନ କୁ ସେମି ଫାଇନାଲ ରେ ପୁରାଇ ନଦେବାକୁ I ଧୋନିଙ୍କୁ ମଧ୍ୟ ସମାଲୋଚନା କରାଯାଇ କୁହାଯାଇଥିଲା କି ଧୋନି ମନ୍ଥର ଗତିରେ ଖେଳିଲେ ,ଯେଉଁଥିପାଇଁ ଇଂଲଣ୍ଡ ଜିତିଗଲା ,ତେବେ ଧୋନିଙ୍କ ଧିମା ଖେଳିବା ପଛର ଅସଲ ଗୁମର ଫିଟିଛି I

ଜାଣିଶୁଣି ଧିମା ଖେଳିନଥିଲେ ଧୋନି ,ତାଙ୍କ ହାତରେ ବଲ ବାଜି ଆଙ୍ଗୁଳି ଫାଟିଯାଇଥିଲା ,ରକ୍ତ ବାହାରୁଥିଲା ,ତଥାପି ଇଣ୍ଡିଆ କୁ ଜିତାଇବାକୁ ଖେଳୁଥିଲେ ଧୋନି I

Leave a Reply

Your email address will not be published. Required fields are marked *