ଝିଅଟି ର ଏହି ପ୍ରଶ୍ନ ରେ କାନ୍ଦି ପକାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ,ମନ୍ତ୍ରୀ ଙ୍କୁ କନ୍ଦାଇ ଦେଲା ନୀଳଗିରି ର ଏହି ଝିଅଟି

ନିଜର ସରଳ ଜୀବନ ଜାପନ ପାଇଁ ଦୁଇ କୋଟିପତି ପ୍ରାଥୀଙ୍କୁ ହରାଇ ବିଜୟୀ ହେଇଥିବା ବାଲେଶ୍ୱର ସାଂସଦ ରାତାରାତି ସୋସିଆଲ ମିଡିଆରେ ହିରୋ ପାଲଟିଯିବା ପରେ କେନ୍ଦ୍ର ରେ ମଧ୍ୟ ତାଙ୍କୁ ମନ୍ତ୍ରୀପଦ ମିଳିଥିଲା I ମନ୍ତ୍ରୀପଦ ପରେ ମଧ୍ୟ ସୁଧୁରିନାହାନ୍ତି ପ୍ରତାପ ଷଡ଼ଙ୍ଗୀ I ଦିଲ୍ଲୀରେ ମଧ୍ୟ ତାଙ୍କୁ ସାଧାରଣ ସରଳ ଜୀବନ ଜାପନ କରୁଥିବାର ଦେଖାଯାଉଛି I ତେବେ ନିକଟରେ ଏକ ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯାହାକି ପ୍ରତାପ ଙ୍କ ମହାନତା କୁ ପୁଣିଥରେ ପ୍ରମାଣିତ କରିଛି I ଖବର ଅନୁଯାଇ ପ୍ରତାପ ଷଡ଼ଙ୍ଗୀ ନୀଳଗିରି ର ଜଣେ ଆଦିବାସୀ ଝିଅକୁ ପାଠ ପଢ଼ଉଥିଲେ ,ତେବେ ମନ୍ତ୍ରୀ ହେବାପରେ ଶ୍ରୀ ଷଡ଼ଙ୍ଗୀ ଯେତେବେଳେ ନୀଳଗିରି ଆସିଲେ ,ସେଇ ଝିଅଟି ମଧ୍ୟ ମନ୍ତ୍ରୀ ଙ୍କୁ ସାକ୍ଷାତ କରିବାକୁ ଆସିଥିଲା I

ଝିଅଟି ପ୍ରତାପ ଙ୍କୁ ପ୍ରଶ୍ନ କରିଥିଲା କି “ନନା ଆପଣ ଆମ ଘରକୁ ଆଉ ଆସିବେ ?ଏହା ର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଙ୍କ ଉତ୍ତର ଥିଲା ” ହଁ ଯିବିନି କଣ ପାଇଁ??” ଝିଅଟି ପୁଣି ଥରେ କହିଥିଲା ” ଆପଣ ତ ଏବେ ମନ୍ତ୍ରୀ ହେଇଗଲେଣି , ଆପଣଙ୍କୁ ଦିଲ୍ଲୀରେ ରହିବାକୁ ପଡିବ ,ଆମ ଛୋଟ ଚାଳ ଘରକୁ କେମିତି ଯିବେ!!”

ଝିଅଟି ଉତ୍ତର ରେ କିଛିସମୟ ଅଟକି ଯାଇଥିଲେ କେନ୍ଦ୍ରମନ୍ତ୍ରୀ I ଆଖି ଲୁହରେ ଛଳ ଛଳ ହୋଇଯାଇଥିଲା। ଏବଂ କହିଥିଲେ କି ମୁଁ ମନ୍ତ୍ରୀ ହେଲି ବୋଲି କଣ ତୁମମାନଙ୍କ ଠାରୁ ଏତେ ଦୂର ହେଇଗଲି ?

ମୁଁ ଆଗରୁ ଯେମିତି ସେମିତି ଅଛି ,ମନ୍ତ୍ରୀ ଙ୍କ ଉତ୍ତରରେ ଝିଅଟି ମଧ୍ୟ କାନ୍ଦି ପକାଇଥିଲା I

Leave a Reply

Your email address will not be published. Required fields are marked *