ରଥଯାତ୍ରା ରେ ଖୋର୍ଦ୍ଧା ରେ ନଡିଆରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

ଚଳଚଞ୍ଚଳ ହେଇଉଠିଛି ଶ୍ରୀକ୍ଷେତ୍ର I ପ୍ରଭୁ ଜଗନ୍ନାଥ ଭାଇ ଭଉଣୀ ଙ୍କ ସହିତ ରଥରେ ବସି ଭକ୍ତ ଙ୍କୁ ଦର୍ଶନ ଦେବାପାଇଁ ବାହାରିସାରିଲେଣି I ଜଗାର ଦର୍ଶନ ପାଇଁ ଦେଶର ବିଭିର୍ଣ୍ଣ ଅଞ୍ଚଳ ରୁ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସିଛନ୍ତି ଶ୍ରୀକ୍ଷେତ୍ରକୁ I ସେ ତ ଭାବର ଠାକୁର ,ସେ ସବୁଠାରେ ବିଦ୍ୟମାନ I

କେବଳ ବିଶ୍ୱାସ ରେ ମିଳିଥାଏ ,ତେବେ ଆଜି ପବିତ୍ର ରଥଯାତ୍ରା ହେଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ୍ ଧବଳହାର ଗାଁ ରେ ଦେଖିବାକୁ ମିଳିଛି ଏକ ଚକିତ ଘଟଣା I ଏହି ଗ୍ରାମର ଆଲୋକ ନାଥଙ୍କ ଘରେ ଏକ ନଡ଼ିଆ ରେ ଶ୍ରୀ ଜଗନ୍ନାଥ ଙ୍କ ଛବି ଦେଖିବାକୁ ମିଳିଛି I ଭକ୍ତ ଜଣଙ୍କ ନଡ଼ିଆ କୁ ଠାକୁର ଙ୍କ ପାଖକୁ ପଠାଇବାକୁ ଘରୁ ବାହାର କରିଥିଲେ ତେବେ ନଡ଼ିଆ ରେ ଜଗନ୍ନାଥ ଙ୍କ ପ୍ରତିଛବି ଦେଖି ବିସ୍ମିତ ହେଇଯାଇଥିଲେ ଏବଂ ଘଟଣା ଜଣାପଡିବା ପରେ ତାଙ୍କ ଘରେ ଲୋକଙ୍କ ଭିଡ ଜମିବାରେ ଲାଗିଛି I

Leave a Reply

Your email address will not be published. Required fields are marked *