ଶ୍ରୀମନ୍ଦିର ସଜେଇବାକୁ କେତେ ଖର୍ଚ୍ଚ ହେଇଛି ଉତ୍ତରରେ ଭକ୍ତ କହିଲେ କାଳିଆ କୁ ସଜେଇବାକୁ ଟଙ୍କାର ହିସାବ କରାଯାଏନି

ଧୂମଧାମ ରେ ଚାଲିଛି ରଥଯାତ୍ରା I ଦୂରଦୂରାନ୍ତରୁ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସିଛନ୍ତି ଶ୍ରୀକ୍ଷେତ୍ର କୁ I ତେବେ ଚଳିତ ଥର ଫନି ପାଇଁ ପୁରୀ ଉଜୁଡ଼ିଯାଇଥିବା ବେଳେ ଭକ୍ତ ଙ୍କ ସମାଗମ ରେ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଥିଲା ତେବେ ହଠାତ ରଥଯାତ୍ରା ପୂର୍ବରୁ ଦିଲ୍ଲୀର ଜଣେ ଭକ୍ତ ଘୋଷଣା କଲେ କି ଶ୍ରୀମନ୍ଦିର କୁ ସମ୍ପୂର୍ଣ୍ଣ ଭାବରେ ଫୁଲରେ ସଜାଇବେ I ଏହା ଓଡିଶା ରଥଯାତ୍ରା ଇତିହାସ ରେ ପ୍ରଥମ ,ଯେଉଁଥିପାଇଁ ଜଗା ଏବଂ ଶ୍ରୀମନ୍ଦିର କୁ ଦେଖିବାକୁ ଚଳିତ ଥର ଭକ୍ତ ଙ୍କ ସୁଅ ଛୁଟିବାରେ ଲାଗିଛି

I ଶ୍ରୀମନ୍ଦିର ର ଏପରି ଦୃଶ୍ୟ ରେ ବିମୋହିତ ପ୍ରତ୍ୟକ ଭକ୍ତ ସେ ଭକ୍ତ କୁ ପ୍ରସଂଶା କରିବାରେ ଲାଗିଛନ୍ତି କିଏ ସେ ଭକ୍ତ ଯିଏ ଜଗନ୍ନାଥ ଙ୍କ ମନ୍ଦିର କୁ ଏତେ ସୁନ୍ଦର ଭାବରେ ସଜେଇଛି I ତେବେ ଶ୍ରୀମନ୍ଦିର କୁ ସଜାଇଥିବା ଏହି ଭକ୍ତ ଜଣଙ୍କ ହେଉଛନ୍ତି ଦିଲ୍ଲୀ ନିବାସୀ କେକେ ଶର୍ମା I

ସେ ଦୀର୍ଘ ଦିନରୁ ବୈଷ୍ଣବଦେବୀ ମନ୍ଦିରକୁ ଫୁଲରେ ସଜେଇ ଆସୁଛନ୍ତି ଫୁଲରେ ସଜାଇ ଆସୁଛନ୍ତି।ଚଳିତଥର ଜଗନ୍ନାଥ ଙ୍କ ମନ୍ଦିର ଫୁଲରେ ସଜାଇବାକୁ ତାଙ୍କ ଓଡ଼ିଆ ବନ୍ଧୁ ମାନେ ପ୍ରସ୍ତାବ ଦେଇଥିଲେ ତେଣୁ ସେ ଜଗନ୍ନାଥ ମନ୍ଦିର ସଜାଇଛନ୍ତି I ତେବେ 20ଟ୍ରକ ଫୁଲ ,200କାରିଗର ଆଣି ଆସିଥିବା ଶର୍ମା ଙ୍କ କେତେଟଙ୍କା ଖର୍ଚ ହେବ ବୋଲି ପ୍ରଶ୍ନରେ ସେ କହିଛନ୍ତି ଯେ କାଳିଆ କାମରେ ଟଙ୍କାର ହିସାବ କରାଯାଏ ନାହିଁ

I କାଳିଆ ର ଫୁଲ ସଜେଇହେବାକୁ ଇଛା ହେଲା ମୁଁ କେବଳ ମାଧ୍ୟମ I ତେବେ ପାଖାପାଖି ଆନୁମାନିକ 50ରୁ 60ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ଆକଳନ କରାଯାଇଛି I

Leave a Reply

Your email address will not be published. Required fields are marked *