ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଅଧ୍ୟାପକଙ୍କ ଖୋଲା ଚ୍ୟାଲେଞ୍ଜ, ୭ ଘଣ୍ଟା ଡ୍ୟୁଟି କରିବୁନି

ଅଧ୍ୟାପକ ମାନେ ଏଥର ଆଉ ୫ଘଣ୍ଟା ନୁହେଁ ୭ ଘଣ୍ଟା କାମ କରିବେ ବୋଲି କିଛିଦିନ ତଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଏହାପରେ ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଗତ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ I ତେବେ ସଚିବ ଙ୍କ ସରକାରୀ ନିର୍ଦେଶନାମା ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଛି ଅଧ୍ୟାପକ ମହଲ ରେ

I ଏହାକୁ ନେଇ ବେସରକାରୀ ଅଧ୍ୟାପକ ସଙ୍ଘ ନିଜର ଅସନ୍ତୋଷ ଜାହିର କରିଛି I ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ସଭାପତି ଗୋଲକ ନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପ୍ରଥମେ ସରକାର ଅଧ୍ୟାପକ ମାନଙ୍କ କଥା ବୁଝିବା ଦରକାର ପରେ ନିୟମ କରିବେ I

ସେହିପରି ୪୮୮ ବର୍ଗ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସମନ୍ବୟ ସମିତି ସଭାପତି ପବିତ୍ର ମାହାଲା ମଧ୍ୟ ସମାନ କଥା କହିଛନ୍ତି ଏହା ସହିତ ଆହୁରି କହିଛନ୍ତି ଯେ ଅଧ୍ୟାପକ ବର୍ଗରେ ଜଣେ ଲକ୍ଷେ ଟଂକା ପାଉଥିବା ବେଳେ କିଛି ଅଧ୍ୟାପକ ୨୦ ହଜାର ଆଉ କିଏ ୫ ହଜାର ମଧ୍ୟ ପାଉଛନ୍ତି I ତେଣୁ ପ୍ରଥମେ ସମାନ କାମ କୁ ସମାନ ଦରମା ଲାଗୁ କରନ୍ତୁ ଆମେ ୭ ଘଣ୍ଟା କାର୍ଯ୍ୟ କରିବାକୁ ବାଧ୍ୟ ହେବୁ I

Leave a Reply

Your email address will not be published. Required fields are marked *