ଜଣେ ସାଧାରଣ ବୟୋଜ୍ୟେଷ୍ଠ କର୍ମୀଙ୍କର ପାଦ ଧୋଇ ସଦସ୍ୟତା ଗ୍ରହଣ କଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ

ବିଜେପି କୁ ସୁଦୃଢ କରିବାକୁ ସଦସ୍ୟତା ଗ୍ରହଣ କରିବାରେ ବିଜେପି ର ବରିଷ୍ଠ ନେତାମାନେ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଥିବା ବେଳେ ନିକଟରେ ଦେଖିବାକୁ ମିଳିଛି ଏକ ଆଖିଦୃଢିଆ ଦୃଶ୍ୟ I ବିଜେପିର ସବୁଠୁ ଚର୍ଚିତ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଦସ୍ୟତା ଗ୍ରହଣ କରିବା ସମୟରେ ଜଣେ ବୟୋଜ୍ୟେଷ୍ଠ କର୍ମୀଙ୍କର ପାଦ ଧୋଇ ୨୦୧୯ ମସିହାର ସଦସ୍ୟତା ଅଭିଯାନ ଆରମ୍ଭ କରିଥିଲେ I କେବଳ ତାଙ୍କ ପାଦ ଧୋଇନଥିଲେ ,ଏକ ଗାମୁଛାରେ ମଧ୍ୟ ପାଦ ପୋଛିଦେଇଥିଲେ I

କେନ୍ଦ୍ର ସରକାର ଙ୍କ ମନ୍ତ୍ରୀ ମଣ୍ଡଳ ରେ ସ୍ଥାନ ପାଇଥିବା ଜଣେ ମନ୍ତ୍ରୀ ଯେ ଜଣେ ସାଧାରଣ କର୍ମୀ ଙ୍କର ପାଦ ଧୋଇବେ ତାହା ସହଜରେ ବିଶ୍ୱାସ ହେଇପାରିନଥିଲା I ଏହାର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *