ଭାରତ ବିପକ୍ଷ ପରାଜୟ ପର ୭ ଦିନ ବହୁତ କଷ୍ଟକର ଥିଲା: ସର୍ଫରାଜ

ପାକିସ୍ଥାନ କ୍ରିକେଟ୍ ଟିମ୍ ର ଅଧିନାୟକ ସର୍ଫ ରାଜ ଅହମ୍ମଦ ପାକିସ୍ଥାନୀ କ୍ରିକେଟ୍ ପ୍ରେମୀ ମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଦିନିକିଆ ବିଶ୍ୱକପ୍ ରେ ପାକିସ୍ଥାନ ଆଶାଜନକ ପ୍ରଦର୍ଶନ କରିନପାରି ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟ ରୁ ବିଦାୟ ନେବା ପରେ ନିଜ ଦେଶ ରେ କରିଥିବା ପ୍ରଥମ ସାମ୍ବାଦିକ ସମ୍ମିଳନୀ ରେ ସର୍ଫରାଜ୍ କହିଥିଲେ ପାକିସ୍ଥାନ କୁ ରୋକିବା ଲାଗି ଭାରତ ଜାଣିଶୁଣି ଇଂଲଣ୍ଡ ଠାରୁ ହାରିଥିବା କଥା କୁ ସେ ଗ୍ରହଣ କରିପାରିନାହାନ୍ତି। ଭାରତ ର ପରାଜୟ ପରେ ତାଙ୍କ ଦିନ ଗୁଡ଼ିକ କିଭଳି କଷ୍ଟକର ଥିଲା ସେ ସ୍ପଷ୍ଟ କରିଛନ୍ତି।

ସେହି ସାମ୍ବାଦିକ ସମ୍ମିଳନୀ ରେ ସର୍ଫରାଜ୍ ସ୍ପଷ୍ଟ କରିଛନ୍ତି ଯେ ଭାରତ ବିପକ୍ଷ ପରାଜୟ ପରେ ୭ ଦିନ ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। ଏହି ମ୍ୟାଚ୍ ପରେ ୨ ଦିନ ସେମାନେ ବିଶ୍ରାମ ନେବା ପରେ ସେ ୧୫ ଜଣ ଖେଳାଳିଙ୍କ ର ଏକ ବୈଠକ ଡାକିଥିଲେ। ଏବଂ ପ୍ରଥମ ୫ ଟି ମ୍ୟାଚ୍ ରେ ସେମାନେ କରିଥିବା ଭୁଲ୍ କୁ ନ ଦୋହରେଇବାକୁ ସେ ପରାମର୍ଶ ଦେଇଥିଲେ। ସେ ଏହି ବୈଠକ ରେ ଭାରତ ଜାଣି ଶୁଣି ହାରିନାହି ବୋଲି କହିଥିଲେ। ସେଦିନ ଇଂଲଣ୍ଡ ଉତ୍ତମ ପ୍ରଦର୍ଶନ କରିଥିବାରୁ ସେ ହିଁ ଜିତିଥିଲା ବୋଲି ସର୍ଫ ରାଜ୍ କହିଥିଲେ।

Leave a Reply

Your email address will not be published. Required fields are marked *