ସଵାରୀ ବଦଳରେ ଉଠିଲା କୋକେଇ ,ଯମ ଆସିଥିଲା ବିଦ୍ୟୁତ ବେଶରେ

ସରିଥିଲା ନିର୍ବନ୍ଧ ,ଘରେ କୁଣିଆ ଲୋକଙ୍କ ଆସର I ବାହାଘର ପାଇଁ ସମସ୍ତେ ହେଉଥିଲେ ପ୍ରସ୍ତୁତ ,କିନ୍ତୁ ବିଦ୍ୟୁତ ଆଘାତରେ ଚାଲିଯାଇଛି ବର ର ଜୀବନ I ଏମିତି ଏକ ମର୍ମନ୍ତୁଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗାଁରେ।ଖବର ଅନୁଯାଇ ଏହି ଗ୍ରାମର ଲୋକନାଥ ମହାନ୍ତଙ୍କର ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା I ଟେଣ୍ଟ ମଧ୍ୟ ବନ୍ଧା ସରିଥିଲା I ତେବେ ଆଜି ସକାଳୁ ଲୋକନାଥ ଉଠି ଟେଣ୍ଟ ହାଉସ ର ଲାଇଟ ବନ୍ଦ କରିବା ସମୟରେ ଅଚାନକ ବିଦ୍ୟୁତ ସଂସ୍ପର୍ଶ ରେ ଆସିଜାଇଥିଲେ ଏବଂ ତାଙ୍କୁ କରେଣ୍ଟ ଲାଗିଥିଲା I

ଯନ୍ତ୍ରଣାରେ ଚିତ୍କାର କରିଥିଲେ ଲୋକନାଥ Iତାଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ I ସଵାରୀ ଉଠିବା ବଦଳରେ ଶୋକାକୁଳ ପରିବେଶରେ କୋକେଇ ଉଠିଥିଲା I ଘଟଣାଟି ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳାଇ ଦେଇଛି I

Leave a Reply

Your email address will not be published. Required fields are marked *