ଭାରତ ର ପରାଜୟ କୁ ଗ୍ରହଣ କରିପାରିଲେ ନାହିଁ ,ଧୋନି ଆଉଟ ହେବାପରେ ହାର୍ଟଆଟାକ୍ ରେ ଚାଲିଗଲା ଜୀବନ

ହାରିଯାଇଛି ଭାରତ,ଅଧାରେ ରହିଯାଇଛି ଭାରତର ବିଶ୍ୱକପ ଚାମ୍ପିଅନ ସ୍ବପ୍ନ I ଅନେକ ଲୋକଙ୍କ ସ୍ବପ୍ନ ଭାଙ୍ଗିଯାଇଛି I ସେମିଫାଇନାଲରେ ଭାରତର ଟପ ଅର୍ଡର ର ବିଫଳତା କୁ ଧୋନି ଏବଂ ଜାଡେଜା ଭରଣା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶେଷ ଓଭର ରେ ଉଭୟ ଆଉଟ ହେଇଯାଇଥିଲେ I ତେବେ ବିଶ୍ୱକପ ରୁ ଭାରତ ହାରି ବିଦା ହେବା କୁ ସହଜରେ ଗ୍ରହଣ କରିପାରିନାହାନ୍ତି ଜଣେ ପ୍ରସଂଶକ ,ଭାରତ ହାରିବା ପରେ ତାଙ୍କ ଜୀବନ ଚାଲିଯାଇଛି ହୃଦଘାତ ରେ I

ଘଟଣାଟି ବିହାର ର I ଏବଂ ମୃତ ବ୍ୟକ୍ତି ଜଣଙ୍କ ଜଣେ ଡାକ୍ତର I ତାଙ୍କ ନାମ ଅଶୋକ ପୱନ।ଗତକାଲି ସେ ମ୍ୟାଚ ଦେଖୁଥିଲେ ତେବେ ଧୋନି ହାରିଯିବା ପରେ ତାଙ୍କ ହୃଦସ୍ପନ୍ଦନ ଦ୍ରୁତଗତିରେ ବଢିଯାଇଥିଲା ଏବଂ ଶେଷରେ ଇଣ୍ଡିଆ ହାରିବା ପରେ ତାଙ୍କ ପ୍ରାଣବାୟୁ ଅଟକି ଯାଇଥିଲା I ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ସୂଚନା ଥାଉ କି ଗତକାଲି ନ୍ୟୁଜଲାଣ୍ଡ ର 240 ରନ ଟାର୍ଗେଟ କୁ ପିଛା କରି ଭାରତୀୟ ଟିମ୍ ର ଜଣଙ୍କ ପରେ ଜଣେ ଆଉଟ ହେଇଥିଲେ

I ଧୋନି 50 ଏବଂ ଜାଡେଜା 77 ରନ କରି ସ୍ତିତି ସୁଧାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶେଷ ମୁହୁର୍ତରେ ଭାଗ୍ୟ ସାଥ ଦେଇନଥିଲା ,ଉଭୟ ଆଉଟ ହେଇଯାଇଥିଲେ ଏବଂ ଇଣ୍ଡିଆ ହାରିଯାଇଥିଲା I

Leave a Reply

Your email address will not be published. Required fields are marked *