ଆଜି ମା ଲକ୍ଷ୍ମୀ ଙ୍କ ପ୍ରିୟ ବ୍ରତ ସୁଦଶା ଏହି ଗୋଟିଏ କାମ କରିଦିଅନ୍ତୁ ଆପଣଙ୍କ ଘରେ ଧନ ଏବଂ ଶାନ୍ତିରେ ଭରିଯିବ

ଶୁକ୍ଳପକ୍ଷ ଦଶମୀ ତିଥି ଯଦି ଗୁରୁବାର ହେଇଥାଏ ସେଦିନ ସୁଦଶା ବ୍ରତ ପାଳନ କରାଯାଏ I ଏହିଦିନ ବିଶେଷ କରି ଧନର ଅଧିକାରିଣୀ ମା ଲକ୍ଷ୍ମୀ ଙ୍କୁ ଘରର ଗୃହିଣୀ ମାନେ ପୂଜା କରିଥାନ୍ତି I ସାଧାରଣତଃ ଏହି ପୂଜାରେ ମା ଲକ୍ଷ୍ମୀ ଙ୍କ ନାମରେ ଦଶଖିଅ ଧଳାସୂତାରେ ଏକ ବ୍ରତ କରାଯାଇ ପୂଜା କରାଯାଇଥାଏ ଏବଂ ଘରର ଗୃହିଣୀ ମାନେ ଏହି ବ୍ରତକୁ ନିଜ ବାହୁରେ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ପିନ୍ଧିଥାନ୍ତି Iବିଶେଷ କରି ଏହି ପୂଜାରେ ଦଶ ମଣ୍ଡା ପିଠା ,ଦଶ ମୁରୁଜ ,ଦଶମୁଖୀ ଦୀପ,ଦଶ ଫୁଲ ରେ ଆରାଧନା କରାଯାଏ I ବିଶ୍ୱାସ ରହିଛି କି ଏହିଦିନ ମା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହେଇଥାନ୍ତି ଏବଂ ଘରକୁ ଧନଲକ୍ଷ୍ମୀ ରେ ଭରିଦିଅନ୍ତି I

ସୁଦଶା ବ୍ରତରେ ମା ଲକ୍ଷ୍ମୀଙ୍କ ଦଶନାମ କୁ ସୁମରଣା କରିବା ଦ୍ୱାରା ମା ଙ୍କ କୃପା ମିଳିଥାଏ I ଲକ୍ଷ୍ମୀଙ୍କ ଦଶନାମ କମଳିନୀ ,ଲକ୍ଷ୍ମୀନାରାୟଣୀ,କମଳା , ଶ୍ରୀ ହରିପ୍ରିୟା, ଚଞ୍ଚଳା, ପଦ୍ମାଳୟା,ସିନ୍ଧୁର ଦୁଲ୍ଲଣୀ,ବିଘ୍ନସେନୀ, ଦୁର୍ଗତି ଏବଂ ବିଷ୍ଣୁ ପାଟରାଣୀ I ବିଶେଷ କରି ଏହିଦିନଟିକୁ ମା ଲକ୍ଷ୍ମୀଙ୍କ ପ୍ରିୟବାର ବୋଲି ମନାଯାଏ I କଣ କରିବା ଉଚିତ :1)ସକାଳୁ ଉଠି ସୌଚସ୍ନାନ ସାରି ଘରକୁ ସଫା ପରିସ୍କାର କରନ୍ତୁ ,ଅରୁଆ ଚାଉଳ ରେ ଘରେ ଚିତା ଝୋଟି ପକାନ୍ତୁ I

2) ନିଜର ନିତ୍ୟକର୍ମ ସାରି ଶୁକ୍ଳ (ଧଳା ମିଶା ଛିଟ ନାଲି ) ଶାଢ଼ୀ ପିନ୍ଧି ମା ଲକ୍ଷ୍ମୀ ଙ୍କ ଆରାଧନା କରନ୍ତୁ I 3) କଞ୍ଚା ବିଶୁଦ୍ଧ କ୍ଷୀର ଏବଂ ଛେନା କୁ ଏକ ସ୍ୱର୍ଚ୍ଛ ପାତ୍ର ରେ ମା ତୁଳସୀ ଙ୍କୁ କ୍ଷୀର ସମର୍ପଣ କରନ୍ତୁ ଏବଂ ପୂଜା ସମୟରେ ମା ଲକ୍ଷ୍ମୀ , ବିଷ୍ଣୁ , ବୃହସ୍ପତି ଏବଂ ତୁଳସୀଙ୍କ ଆରାଧନା କରିବା ଦ୍ୱାରା ସମସ୍ତ ଦୁଃଖ କ୍ଳେଶ ଦୂର ହେଇଥାଏ Iଆରାଧନା ସମୟରେ ଓଁ ନମ୍ଃ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ I

4)ଭୁଲ ରେ ବି ଏହିଦିନ ଘରେ କଳହ ଝଗଡା କରନ୍ତୁ ନାହିଁ କି ଛୋଟପିଲାଙ୍କୁ ମାରଧର କରନ୍ତୁ ନାହିଁ I 5)ଏହିଦିନ ଭୁଲ୍ ରେ ବି ଆମିଷ ବ୍ୟଞ୍ଜନ କରନ୍ତୁ ନାହିଁ I ଏହି ପାଞ୍ଚଟି କାର୍ଯ୍ୟ କରିବା ଦ୍ୱାରା ମା ଲକ୍ଷ୍ମୀ ଙ୍କ କରୁଣା ହେଇଥାଏ I

Leave a Reply

Your email address will not be published. Required fields are marked *