ବିଜେପି ବିଧାୟକଙ୍କ ଝିଅ ଓ ପ୍ରେମିକଙ୍କ ଦୁଇଟି ଭିଡିଓ ଭାଇରଲ :ମୋ ବାପା ହୁଏତ ମୋତେ ମାରିଦେବେ

ବର୍ତ୍ତମାନ ସୋସିଆଲ ମିଡିଆରେ ଉତ୍ତରପ୍ରଦେଶ ର ବରେଲି ର ବିଧାୟକ ରାଜେଶ୍ ମିଶ୍ର ତାଙ୍କ ଝିଅ କୁ ଗାଳି କରୁଥିବାର ଏକ ଭିଡ଼ିଓ ଭାଇରାଲ ହୋଇଛି। ଏହି ଭିଡ଼ିଓ ରେ ବିଧାୟକ ଙ୍କ ଝିଅ ସାକ୍ଷୀ ନିଜ ଇଚ୍ଛାରେ ନିଜ ପ୍ରେମିକ କୁ ବିବାହ କରିଥିବାରୁ ତାଙ୍କ ବାପା ତାଙ୍କୁ ବହୁତ୍ ଗାଳି କରୁଛନ୍ତି ବୋଲି ଦେଖିବାକୁ ମିଳିଛି। ବିଧାୟକ ଙ୍କ ଝିଅ ସାକ୍ଷୀ ଏହି ଭିଡ଼ିଓ ରେ କହିଛନ୍ତି ଯେ ତାଙ୍କ ସ୍ବାମୀ ଜଣେ ଦଳିତ ସଂପ୍ରଦାୟର ହୋଇଥିବାରୁ ବିଧାୟକ ଓ ତାଙ୍କ ସମର୍ଥକ ମାନେ ତାଙ୍କ ପଛରେ ପଡ଼ିଯାଇଛନ୍ତି। ଏହା ସହ ତାଙ୍କୁ ଜୀବନ ରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି।

ସୋସିଆଲ ମିଡ଼ିଆ ରେ ବିଧାୟକ ଙ୍କ ଝିଅ ସାକ୍ଷୀ ନିଜେ ୨ ଟି ଭିଡ଼ିଓ ଅପଲୋଡ଼ କରିଛନ୍ତି। ପ୍ରଥମ ଭିଡ଼ିଓ ରେ ସେ ତାଙ୍କ ସ୍ବାମୀ ଅଜିତେଜ୍ ଙ୍କ ସହ କହିଛନ୍ତି ଯେ ସେ ନିଜ ଇଚ୍ଛା ରେ ବିବାହ କରିଛନ୍ତି କିନ୍ତୁ ତାଙ୍କ ବାପା ଏହି ବିବାହ କୁ ସ୍ଵୀକୃତି ଦେଉନାହାନ୍ତି। ତେଣୁ ହୁଏତ ତାଙ୍କୁ ସେମାନେ ଜୀବନ ରୁ ମଧ୍ୟ ମାରିଦେଇ ପାରନ୍ତି। ଦ୍ଵିତୀୟ ଭିଡ଼ିଓ ରେ ସେ ତାଙ୍କ ବାପା ଙ୍କୁ ଗୁହାରି କରି କହିଛନ୍ତି ଯେ ସେ ନିଜ ସଉକ ପାଇଁ ସିନ୍ଦୂର ପିନ୍ଧିନହନ୍ତି। ଏବଂ ନିଜ ସ୍ଵାଧୀନ ରେ ବଞ୍ଚିବପାଇଁ ତାଙ୍କ ବାପା ଙ୍କ ଆଗରେ ଗୁହାରି କରିଛନ୍ତି।

କିନ୍ତୁ ଏଭଳି ଏକ ବିରାଟ ଅଭିଯୋଗ କୁ ବିଧାୟକ ନିଜେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଝିଅ ବର୍ତ୍ତମାନ ସାବାଳିକା । ତେଣୁ ନିଜ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବା ଅଧିକାର ତାଙ୍କର ଅଛି। କୌଣସି ପ୍ରକାର ହତ୍ୟା ର ଧମକ ଦିଆଯାଇନାହିଁ ବୋଲି ସେ କହିଛନ୍ତି। ତେଣୁ ଏ ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି।

ଓଡ଼ିଶା exclusive ର YouTube ଚ୍ୟାନେଲ କୁ ଯାଇ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ

Leave a Reply

Your email address will not be published. Required fields are marked *