ସାରଥୀ ଙ୍କୁ ସ୍ୱୟଂ ଭଗବାନ ଙ୍କ ଅବତାର କହି ବିବାଦରେ ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା

ପୁଣି ବିବାଦକୁ ଆସିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା I ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କୁ ଅଧିକାଂଶ ସମୟ ଟେଲିଭିଜନ ଏବଂ ଖବର କାଗଜରେ ଦେଖିବାକୁ ମିଳେ I ବିଶେଷ କରି ସବୁବେଳେ ଜଗନ୍ନାଥ ଙ୍କର ମହିମା ବିଷୟରେ ସେ ପ୍ରଚାର କରିଥାନ୍ତି I ତେବେ ବିବାଦ ଘେରକୁ ଛନ୍ଦି ହେଇଯାଇଛନ୍ତି ଶ୍ରୀ ରଥ ଶର୍ମା I ସୋସିଆଲ ମିଡିଆରେ ଘୁରି ବୁଲୁଛି ତାଙ୍କର ବିବାଦୀୟ ଭିଡିଓ I ନିଜକୁ ଆତ୍ମଘୋଷିତ ଭଗବାନ ଘୋଷଣା କରି ପରେ ଗିରଫ ହେଇଥିବା ଭଣ୍ଡ ସାରଥୀ ଙ୍କ ପାଖରେ ବସି ତାଙ୍କୁ ଭଗବାନ ଙ୍କ ସହିତ ତୁଳନା କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓ ରେ ଦେଖିବାକୁ ମିଳିଛି କି ରଥଶର୍ମା କହୁଛନ୍ତି ଯେଉଁ ପ୍ରେମରେ କୌଣସି ଆଦାନ ପ୍ରଦାନ ନଥାଏ ,କିଛି ପାଇବାର ନଥାଏ ସେଠି ସ୍ୱୟଂ ଭଗବାନ ଆବିର୍ଭୁତ ହେଇଥାନ୍ତି ଏପରି କହି ସେ ସାରଥୀ ଙ୍କ ଆଡକୁ ହାତରେ ଇଶାରା ଦେଇଥିଲେ I ଭଗବାନ ଏଇଥି ଆମ ପାଖରେ ବସି ମାନବ ଅବତାରରେ ଲୀଳା କରୁଛନ୍ତି ,ସାରଥୀ ପ୍ରଭୁ ଙ୍କୁ ମୁଁ ଭଲପାଏ I

ଜଗନ୍ନାଥ ଙ୍କ ମହିମା ଗାଉଥିବା ସଂସ୍କୃତି ରକ୍ଷକ ରଥଶର୍ମା ଙ୍କର ଏପରି ଜଣେ ଭଣ୍ଡ କୁ ଭଗବାନ ଙ୍କ ସହିତ ତୁଳନା କରିବା ସହଜରେ ଗ୍ରହଣ କରିପାରୁନାହାନ୍ତି ସାଧାରଣ ଲୋକେ I ତେବେ ଖବର ନେବାରେ ଜଣାପଡିଛି କି ଏହି ଭିଡିଓ ଟି ବହୁ ପୁରୁଣା ଯେତେବେଳେ ସାରଥୀ ପୁରୀ ଗସ୍ତ କରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଶ୍ରୀକ୍ଷେତ୍ରରେ

I ପୁରୁଣା ଭିଡିଓ ପୁଣିଥରେ କେଉଁ ଉଦେଶ୍ୟରେ ଏବଂ କାହିଁକି ଭାଇରଲ କରାଜାଈଛି ତାହା ଅଲଗା କଥା କିନ୍ତୁ ଜଗନ୍ନାଥ ଙ୍କ ପ୍ରଚାର କରୁଥିବା ରଥଶର୍ମା ଙ୍କ ମୁଁହରେ ସାରଥୀ ଙ୍କ ପ୍ରସଂଶା ହଜମ କରିପାରୁନାହାନ୍ତି ଭକ୍ତ ମାନେ I

ସୂଚନା ଥାଉ କି କିଛିଦିନ ତଳେ ପଣ୍ଡିତ ଜିତୁ ଦାସ ଙ୍କର ବ୍ରାହ୍ମଣ ଙ୍କୁ ଭିକାରି କହିବା ର ଏକ ବହୁ ପୁରୁଣା ଭିଡିଓ ଭାଇରଲ ହେଇ ବିବାଦ କୁ ଆସିଥିଲେ ଏବଂ ପରେ କ୍ଷମା ମାଗିଥିଲେ I

Leave a Reply

Your email address will not be published. Required fields are marked *