କାଳିଆ’ ପାଇଁ ହଟହଟା ପାଖରେ ପଇସା ନାହିଁ ଏବେ କେନ୍ଦ୍ର ଭରଷା , ପିଏମ୍ କିଷାନ ସହ କାଳିଆ କୁ ମିଶାଇଦେବାକୁ ବିଜେଡି ର ଦାବି

କୃଷକ ଙ୍କ ପାଇଁ ଉର୍ନ୍ନତି ର ନାରା ଦେଇ ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ଏବେ ସରକାର ଙ୍କୁ କନ୍ଦାଇବାକୁ ବସିଲାଣି I କାଳିଆ ଯୋଜନା ପାଇଁ ନିର୍ବାଚନ ରେ ବହୁମତ ପାଇଥିବା ବିଜେଡି ନିର୍ବାଚନ ବିଜୟ ପରେ ଏ ପର୍ଯ୍ୟନ୍ତ ନିଜ ପ୍ରତିଶୃତି ରଖି ଚାଷୀଙ୍କୁ କାଳିଆ ଟଙ୍କା ଦେଇପାରିନି I ଏପଟେ କିନ୍ତୁ ସଂସଦ ରେ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି କି କାଳିଆ କୁ କେନ୍ଦ୍ରର ପିଏମ୍ କିଷାନ ସହ ମିଶାଇ ଦିଆଯାଉ , ଯାହାଫଳରେ ଆର୍ଥିକ ବୋଝ କମିବ I କିନ୍ତୁ ପିଏମ୍ କିଷାନ ଯୋଜନା କେନ୍ଦ୍ର ର ନିଜସ୍ୱ ଯୋଜନା ହେଇଥିବା ବେଳେ ଏଥିରେ କିପରି କାଳିଆକୁ ମିଶାଯାଇପାରିବ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି ଏପରିକି ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ କାଳିଆ କୁ ମୋହରା କରି ଜିତିଥିବା ବେଳେ ଏବେ ନିର୍ବାଚନ ଜିତିବା ପରେ ହଠାତ କାହିଁକି କାଳିଆ କୁ କେନ୍ଦ୍ର ଯୋଜନା ରେ ମିଶାଇବକୁ ଚାଁହୁଛନ୍ତି

I ରାଜ୍ୟ ସରକାର ଙ୍କ ପାଖରେ ଆବଶ୍ୟକ ଅର୍ଥ ନଥିବାରୁ ଏବେ କେନ୍ଦ୍ର ହିଁ ଏକମାତ୍ର ଭରଷା କାଳିଆ ପାଇଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ରଖିଛନ୍ତି I

Leave a Reply

Your email address will not be published. Required fields are marked *