୧୪୯ ବର୍ଷ ପରେ ବିରଳ ସଂଯୋଗ ରେ ଶ୍ରାବଣ ମାସରେ ଚନ୍ଦ୍ରଗ୍ରହଣ : ଭୁଲ୍ ରେ ବି କରନ୍ତୁ ନାହିଁ ଏହି କାମ

ଆରମ୍ଭ ହେଇସାରିଛି ଶ୍ରାବଣ ମାସ ଏହି ମାସରେ ଶିବଙ୍କୁ ପୂଜାକଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ଅଛି I ତେବେ ଶ୍ରାବଣ ମାସରେ ଆସନ୍ତକାଲି ଲାଗୁ ହେଉଛି ଚନ୍ଦ୍ରଗ୍ରହଣ I ଗୋଟେପଟେ କାଲି ଗୁରୁପୁର୍ଣ୍ଣମି ହେଇଥିବା ବେଳେ ଶ୍ରାବଣ ମାସ ମଧ୍ୟ ଚାଲିଛି I

ଶାସ୍ତ୍ର କହୁଛି ପ୍ରାୟ 149ବର୍ଷ ପରେ ପୁଣିଥରେ ଶ୍ରାବଣ ମାସରେ ପଡୁଛି ଚନ୍ଦ୍ର ଗ୍ରହଣ ।ତେବେ ଏହି ଚନ୍ଦ୍ରଗ୍ରହଣ ଆସନ୍ତାକାଲି ୧୬ ତାରିଖ ମଧ୍ୟରାତ୍ରି ର ୧ଟା ୩୧ ରୁ ୪ଟା ୨୯ ଯାଏଁ ଆଂଶିକ ଚନ୍ଦ୍ରଗ୍ରହଣ ହେବ ,ଏହି ସମୟରେ ଚନ୍ଦ୍ରଗ୍ରହଣ ର ବିରଳ ଦୃଶ୍ୟ କୁ ସାଧାରଣ ଲୋକେ ମଧ୍ୟ ଦର୍ଶନ କରିପାରିବେ I

ତେବେ ଗ୍ରହଣ ଲାଗୁଥିବାରୁ ଆସନ୍ତାକାଲି ଅପରାହ୍ନ ୪.୩୦ ଠାରୁ ଦେବନୀତି ଏବଂ ପାକ ନିଷେଧ କରାଯାଇଛି I ଅର୍ଥାତ ଏହି ସମୟ ପରେ ଠାକୁର ପୂଜା ,ସନ୍ଧ୍ୟା ଦର୍ଶନ ଏବଂ ରୋଷେଇ ନିଷେଧ କରାଯାଇଛି I ଏହା ପୂର୍ବରୁ ରନ୍ଧା ହେଇଥିବା ଖାଦ୍ୟ ଆପଣ ଗ୍ରହଣ କରିପାରିବେ I ଏବଂ ପରଦିନ ସକାଳୁ ସ୍ନାନ ସାରି ଦେବନୀତି କରିବେ I

ଗର୍ଭବତୀ ମହିଳା ମାନେ ଏହି ଗ୍ରହଣ କୁ ଦେଖିବା ଉଚିତ ନୁହେଁ ଏହାଦ୍ୱାରା ଗ୍ରହଣ ର ପ୍ରଭାବ ପଡିଥାଏ I

Leave a Reply

Your email address will not be published. Required fields are marked *