ମଦ ବେପାରୀଙ୍କୁ ପୁରସ୍କାର ନିଷ୍ପତି କୁ ନେଇ ବିଜେଡି ସୋସିଆଲ ମିଡ଼ିଆ ର ନବୀନ ଙ୍କୁ ତୀବ୍ର ବିରୋଧ

ଅଧିକ ମଦ ବିକିଥିବା ମଦୁଆ ବେପାରୀ ଙ୍କୁ ମିଳିବ ପୁରସ୍କାର ଏପରି ଘୋଷଣା ହେବାପରେ ଏବେ ସବୁଆଡେ ଏହାକୁ ନେଇ ଜୋରଦାର ବିରୋଧ କରାଯାଉଛି I ତେବେ ନବୀନ ଙ୍କ ପ୍ରଚାର ପ୍ରସାର କରୁଥିବା ସୋସିଆଲ ମିଡ଼ିଆ ଗ୍ରୁପ ମଧ୍ୟ ଏଥିରୁ ବାଦ ପଡିନି I ସବୁକଥାରେ ନବୀନ ଙ୍କୁ ପ୍ରସଂଶା କରୁଥିବା ସୋସିଆଲ ମିଡ଼ିଆ ଗ୍ରୁପ ନବୀନ ଓଡିଶା ସରକାର ଙ୍କ ମଦ ବେପାରୀଙ୍କୁ ପୁରସ୍କାର ଦିଆଯିବା କୁ ତୀବ୍ର ନିନ୍ଦା କରିବା ସହିତ ତୁରନ୍ତ ଏହି ନିଷ୍ପତି କୁ ବଦଳାଇବାକୁ ଜୋରଦାର ଆହ୍ୱାନ ଦିଆଯାଇଛି I

ଏଥିରେ କୁହାଯାଇଛି କି ସରକାର ଙ୍କ ଏହି ନିଷ୍ପତି ସମ୍ପୂର୍ଣ୍ଣ ଭୁଲ ଅଟେ ,ଏଥିଯୋଗୁଁ ରାଜ୍ୟରେ ମଦ ବିକ୍ରି ବଢିବ ଏବଂ ହିଂସା ,ଅସାମାଜିକ କାର୍ଯ୍ୟ ବୃଦ୍ଧି ହେବ I ତେବେ ସୋସିଆଲ ମିଡିଆରେ ନବୀନ ଙ୍କୁ ପ୍ରସଂଶା କରୁଥିବା ସୋସିଆଲ ମିଡ଼ିଆ ଗ୍ରୁପ ନବୀନ ଙ୍କ ଏପରି ନିଷ୍ପତି କୁ ବିରୋଧ କରିବା ସବୁ ମହଲ ରେ ସ୍ୱାଗତ କରାଯାଇଛି I

Leave a Reply

Your email address will not be published. Required fields are marked *