ଏଥର ମଦ ପିଇ ଡ୍ରାଇଭିଂ କଲେ ୧୦ ହଜାର, ଅଧିକ ବେଗରେ ଡ୍ରାଇଭିଂ କଲେ ୫ ହଜାର :ଲୋକସଭାରେ ଆଗତ ହେଲା ମୋଟର ଯାନ ସଂଶୋଧନ ବିଲ୍

କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଆଜି ଲୋକସଭାରେ ମୋଟର ଯାନ ବିଲ ଆଗତ କରିଛନ୍ତି।ଏଥିରେ ଦେଶର ସଡ଼କ ପରିବହନକୁ ଅଧିକ ସୁରକ୍ଷିତ କରିବା ପାଇଁ ବ୍ୟବସ୍ଥା ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।ଏଥିରେ ମଧ୍ୟ ଟ୍ରାଫିକ ନିୟମ ଉଲଂଘନ କଲେ କଡ଼ା ଦଣ୍ଡବ୍ୟଧାନର ବ୍ୟବସ୍ଥା ରହିଛି।
ଏଥିରେ ଥିବା ପ୍ରସ୍ତାବିତ ନିୟମ ଅନୁସାରେ କାର ବା ଅନ୍ୟ ଗାଡ଼ି ଚାଳନା ବେଳେ ସିଟ୍ ବେଲ୍ଟ୍ ନ ଭିଡିଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପଡ଼ିପାରେ।ଅଧିକ ସ୍ପିଡ୍ ରେ ଡ୍ରାଇଭିଂ କଲେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ।ଆହୁରି ମଧ୍ୟ ମଦ ପିଇ ଡ୍ରାଇଭି କଲେ ଜୋରିମାନା ପରିମାଣ ୨୦୦୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଆମ୍ବୁଲାନ୍ସ ପରି ଜରୁରୀକାଳୀନ ସେବା ଯୋଗାଉଥିବା ଯାନକୁ ବାଟ ନ ଛାଡ଼ିଲେ ମଧ୍ୟ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଦଣ୍ଡ ଭୋଗିବାକୁ ପଡ଼ିବ।
ଅନ୍ୟପକ୍ଷରେ ଏହି ବିଲ୍ ରେ ଡ୍ରାଇଭିଂ ଲାଇସେନ୍ସ ନିୟମରେ କେତେକ ପରିବର୍ତ୍ତନର ବ୍ୟବସ୍ଥା ରହିଛି।ଏହି ଅନୁସାରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଧାର ବାଧ୍ୟତାମୂଳକ ହେବ।ସେହିପରି ପୂର୍ବରୁ ଲାଇସେନ୍ସର ବୈଧତା ୨୦ ବର୍ଷ ଥିବା ବେଳେ ଏବେ ଏହାକୁ ୧୦ ବର୍ଷ କୁ ହ୍ରାସ କରିବାକୁ ପ୍ରସ୍ତାବ ରହିଛି।

Leave a Reply

Your email address will not be published. Required fields are marked *