ଅଗଷ୍ଟ୭ରେ ଭୁବନେଶ୍ବର କୋର୍ଟରେ ହାଜର ହେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଅଗଷ୍ଟ ୭ ରେ ଭୁବନେଶ୍ୱର କୋଟ୍ ରେ ହାଜର ହେବେ ପ୍ରତାପ ଷଡ଼ଙ୍ଗୀ।ଦୁଇଟି ପୁରୁଣା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଡ଼ୁଆରେ ପଡିଛନ୍ତି।ସୂଚନା ମୁତାବକ ୨୦୦୪ ମସିହାରେ ବାଲେଶ୍ଵର ଗୋପୀନାଥପୁରରେ ଏକ ବିବାଦ ହୋଇଥିଲା।ସେଠାରେ ଏକ ଗୋଷ୍ଠୀ ପୋଡ଼ାଜଳା କରିଥିଲେ।ପୋଡ଼ାଜଳା ଆଦିବାସୀ ଠାକୁରଙ୍କ ମୂର୍ତ୍ତି ପୋଡିଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ଏତଲାରେ ଶ୍ରୀ ଷଡ଼ଙ୍ଗୀଙ୍କ ନାମ ରହିଥିଲା।ସେହିଭଳି ୨୦୧୧ ମସିହାରେ ଏକ ମନ୍ଦିର ଟ୍ରଷ୍ଟ କର୍ଯ୍ୟକର୍ମରେ ସେ ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ନୀଳଗିରି ଥାନାରେ ଏତଲା ହୋଇଥିଲା।ଏହି ଦୁଇ ଏତଲାକୁ ଆଧାର କରି ବାଲେଶ୍ଵର କୋର୍ଟ ରେ ମାମଲାର ଶୁଣାଣି ଚାଲିଥିଲା। ଏବେ ଅଧିକୃତ କୋର୍ଟ ରେ ଲୋକପ୍ରତିନିଧିଙ୍କ ମାମଲାରେ ଶୁଣାଣି ହେବାପାଇଁ ନିଷ୍ପତି ହେବାରୁ ଭୁବନେଶ୍ୱର ଏଡିଜେ-୩ କୋର୍ଟ କୁ ମାମଲା ସ୍ଥାନାନ୍ତର ହୋଇଥିଲା।ଅପରପକ୍ଷରେ ତାଙ୍କ ନାମରେ ୭ ଟି ମାମଲା ବିଚାରାଧୀନ ଥିବା ନାମାଙ୍କନ ପତ୍ର ଦାଖଲ ବେଳେ ସତ୍ୟପାଠରେ ଶ୍ରୀ ଷଡ଼ଙ୍ଗୀ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *