ପହଣ୍ଡି ବେଳେ ଜଗାକୁ ଛୁଇଁଦେଲେ, ନୃତ୍ୟଶିଳ୍ପୀ ଥାନାରେ ଅଟକ.

ଗହଳି ଭିତରେ ଜଣେ ନୃତ୍ୟଶିଳ୍ପୀ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗ କୁ ସ୍ପର୍ଶ କରିଛନ୍ତି।ଏହି ଘଟଣା ପରେ ଜେଟିପିମାନେ ନୃତ୍ୟଶିଳ୍ପୀ ଙ୍କୁ ଧରି ପୋଲିସ୍ ଜିମା ଦେବା ପରେ ସିଂହଦ୍ଵାର ଥାନାରେ ପୋଲିସ ତାଙ୍କୁ ଅଟକ ରଖିଛନ୍ତି।ମିଳିଥିବା ସୂଚନା ମୁତାବକ ଆଜି ରାମ କୃଷ୍ଣ,ମଦନମୋହନ,ସୁଦର୍ଶନ,ବଳରାମ,ମା ସୁଭଦ୍ରାଙ୍କ ପହଣ୍ଡି ସରିବା ପରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡି ହୋଇଥିଲା।

ଠାକୁର ରଥ ଉପରୁ ତଳକୁ ଆସି ପହଣ୍ଡି ହୋଇଯିବା ସମୟରେ ନୃତ୍ୟଶିଳ୍ପୀ ଜଣକ ମହାପ୍ରଭୁଙ୍କୁ ଛୁଇଁ ଦେଇଥିଲେ।ଯାହା ପାଖରେ ଥିବା ସେବାୟତଙ୍କ ନଜର ପଡ଼ିଥିଲା।ସେବାୟତ ମାନେ ତୁରନ୍ତ ଜେଡିପି ଙ୍କୁ ଖବର ଦେବା ପରେ ନୃତ୍ୟଶିଳ୍ପୀଙ୍କୁ ସିଂହଦ୍ଵାର ଥାନାରେ ଜିମା ଦିଆଯାଇଥିଲା।ନୃତ୍ୟଶିଳ୍ପୀ ଙ୍କ ପରିଚୟ ମିଳିପାରିନାହିଁ।ସୂଚନାଯୋଗ୍ୟ ନୃତ୍ୟ ଆଳରେ ବହୁ ମହିଳା,ପୁରୁଷ,ଯୁବକ ନୃତ୍ୟ ଆଳରେ ନାନା ପ୍ରକାର ସମସ୍ୟା ସୃଷ୍ଟି କରୁଛନ୍ତି।

ପୂର୍ବରୁ କାଂ ଭାଁ ନୃତ୍ୟଶିଳ୍ପୀ ମାନେ ରଥ ଆଗରେ ନୃତ୍ୟ ପରିବେଷଣ କରୁଥିଲେ। ଏବେ ଏହି ସଂଖ୍ୟା ୧୦୦ ଟପିଲାଣି।ନୃତ୍ୟ ଆଳରେ ନୃତ୍ୟଶିଳ୍ପୀ ଜଣକ ମହାପ୍ରଭୁଙ୍କୁ ସ୍ପର୍ଶ କରି ବ୍ୟବସ୍ଥାବଳିର ଖୋଲା ଉଲଂଘନ କରିଥିବା ବେଳେ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ଅଛି।

Leave a Reply

Your email address will not be published. Required fields are marked *