ସାମ୍ବାଦିକ ଙ୍କୁ ଚାପୁଡ଼ା ମାରିକି ଗାଲ ଫଟେଇଦେବେ କେନ୍ଦ୍ରାପଡା ଏସପି

ସୁରକ୍ଷିତ ନୁହନ୍ତି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ I କେତେବେଳେ ସାଶକ ଦଳର ନେତାମାନେ ପିଟୁଛନ୍ତି ତ ଆଉ କେତେବେଳେ ଦୁବୁର୍ତ୍ତ I ଏବେ ପୋଲିସ ବି ପଛରେ ପଡିନି ,ଖୋଦ ଜଣେ ଏସପି ହାତ ଉଠାଇ ଦୁର୍ବ୍ୟବହାର କରିଛନ୍ତି ଜଣେ କର୍ତବ୍ୟରତ ସାମ୍ବାଦିକ ଙ୍କୁ I ଖବର ଅନୁଯାଇ ଘଟଣାଟି କେନ୍ଦ୍ରାପଡା ଅଞ୍ଚଳ ର I ପାଟକୁରା ରେ ନିର୍ବାଚନ ମାହୋଲ ଚାଲିଥିବା ବେଳେ ରିପୋର୍ଟ ସଂଗ୍ରହ ପାଇଁ ଯାଇଥିବା NEWS 18 ର ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା ଏସପି ଦୁର୍ବ୍ୟବହାର କରିବା ସହିତ ହାତ ଉଠାଇଥିଲେ I

ଏପରିକି ଲାଗୁଥିଲା ସତେଯେପରି ଏସପି ସାମ୍ବାଦିକ ଙ୍କୁ ଚାପୁଡ଼ା ମାରି ଗାଲ ଫଟେଇଦେବେ I ତେବେ ସାମ୍ବାଦିକ ଙ୍କୁ ଏପରି ଦୁର୍ବ୍ୟବହାର କୁ ସବୁ ମହଲରୁ ତୀବ୍ର ନିନ୍ଦା କରାଯିବା ସହିତ ତୁରନ୍ତ ଏସପି ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରାଯାଇଛି I

Leave a Reply

Your email address will not be published. Required fields are marked *