ସାମ୍ବାଦିକଙ୍କୁ ହାତ ଉଠାଇ କ୍ଷମା ମାଗିଲେ କେନ୍ଦ୍ରାପଡ଼ା ଏସ୍‌ପି, ଏପଟେ ସଙ୍ଘ କହିଲା ଏସ୍ପି ଙ୍କୁ ତୁରନ୍ତ ବଦଳି କର

ଗତକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଗସ୍ତ କରିଥିବା ବେଳେ ,ଖବର ସଂଗ୍ରହ ପାଇଁ ଯାଇଥିବା NEWS 18 ରିପୋର୍ଟର ଅଜେଶ ମଲ୍ଲିକ ଙ୍କୁ କେନ୍ଦ୍ରାପଡା ଏସପି ଦୁର୍ବ୍ୟବହାର କରିବା ସହିତ ହାତ ମଧ୍ୟ ଉଠାଇଥିଲେ I ତେବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ସବୁଆଡୁ ତୀବ୍ର ବିରୋଧ କରାଯାଇଥିଲା I ଏପରିକି ସାମ୍ବାଦିକ ସଙ୍ଘ ଏହାକୁ ତୀବ୍ର ବିରୋଧ କରିଥିଲା I ତେବେ ଘଟଣାର ଗୁରୁତ୍ବ କୁ ଉପଲବ୍ଧି କରି ଏସ୍ପି କ୍ଷମା ମାଗିଛନ୍ତି I ଏସ୍‌ପି ନୀତି ଶେଖର କହିଛନ୍ତି ଯେ ଭୁଲ ବଶତଃ ଅଧିକ ଭିଡ କୁ ନିୟନ୍ତ୍ରଣ କରିବାକୁ ଯାଇ ସେ ଊଂଚ୍ଚ ସ୍ୱରରେ କହିଦେଇଥିଲେ I

ସାମ୍ବାଦିକ ଙ୍କୁ ମୁଁ ବହୁତ ସମ୍ମାନ ଦିଏ । ଜାଣିଶୁଣି ଏପରି କରିନାହିଁ ,ତଥାପି ଯଦି କାହାକୁ ଆଘାତ ଲାଗିଥାଏ ସେଥିପାଇଁ କ୍ଷମା ମାଗୁଛି I ଏପଟେ ସାମ୍ବାଦିକ ସଙ୍ଘ ଏହାକୁ ନିନ୍ଦା କରିବା ସହିତ ତୁରନ୍ତ ଏସ୍ପି ଙ୍କୁ ବଦଳି କରିବାକୁ ଦାବି କରିଛନ୍ତି I ଏପରିକି ଆଜି କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରିବେ ବୋଲି ଜଣାପଡିଛି I

Leave a Reply

Your email address will not be published. Required fields are marked *