ୱେଷ୍ଟଇଣ୍ଡିଜ୍ ଯିବେନି ଧୋନି : କିଛି ସମୟ କ୍ରିକେଟ୍‌ରୁ ଦୂରେଇ ରହି ନିଜ କ୍ରିକେଟ ଭବିଷ୍ୟତ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ‌

ଭାରତୀୟ କ୍ରିକେଟ୍ ଦଳର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଭବିଷ୍ୟତକୁ ନେଇ ବୁଧବାର ଗୁରୁତ୍ୱପୂର୍ଣ୍ଣ ସୂଚନା ପଦାକୁ ଆସିଛି।ଧୋନିଙ୍କ ଆନ୍ତ୍ରଜାତୀୟ ଖେଳ ଜୀବନ ଆପାତତଃ ଶେଷ ହୋଇଯାଇଥିଲେ ମଧ୍ୟ ଭାରତୀୟ ଦଳରୁ ସେ ସମ୍ପୂର୍ଣ୍ଣ ଦୂରେଇ ଯିବେନି ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଈଂଲଣ୍ଡ ରେ ନିଜର ଚତୁର୍ଥ ତଥା ଶେଷ ବିଶ୍ୱକପ୍ ଖେଳିଥିବା ଧୋନି ଆସନ୍ତା ମାସରେ ୱେଷ୍ଟଇଣ୍ଡିଜ ଗ୍ରସ୍ଥରେ ଯିବେ ନାହିଁ।କିଛି ସମୟ କ୍ରିକେଟରୁ ଦୂରେଇ ନେଇ ନିଜ ଭବିଷ୍ୟତ ନେଇ ଚୂଡ଼ାନ୍ତ ନିଷ୍ପତି ନେବେ।ଏକଥା ସେ ବିସିସିଆଇ କୁ ଅଣ ଆନୁଷ୍ଠାନିକ ଭାବେ ଜଣାଇ ଦେଇଛନ୍ତି।

ଏହାପରେ ଖେଳାଯାଇଥିବା ଶୃଙ୍ଖଳା ଗୁଡିକରେ କିନ୍ତୁ ଧୋନି ୧୫ ଜଣିଆ ଦଳରେ ରହିବେ।ୱେଷ୍ଟଇଣ୍ଡିଜ ଗ୍ରସ୍ଥରେ ଧୋନିଙ୍କ ସହ ଅଧିନାୟକ ବିରାଟ କୋହଲି ଙ୍କୁ ମଧ୍ୟ ବିଶ୍ରାମ ଦେବାକୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।ଏଭଳି ସ୍ଥିତିରେ ରୋହିତ ଶର୍ମା ଦଳର ନିଷ୍ପତି ନେବେ।
ଧୋନି ବିଶ୍ୱକପ୍ ପରେ ପରେ ଅବସର ଘୋଷଣା କରିବେ ବୋଲି ଚର୍ଚ୍ଚା ଧରିଥିଲା।କେତେକ ଅନୀବାର୍ଯ୍ୟ କାରଣ ପାଇଁ ସେ ତୁରନ୍ତ ଏଭଳି କିଛି ନିଷ୍ପତି ନେଇ ପାରିବେ ନାହିଁ।ଚେନ୍ନାଇ ସୁପର କିଙ୍ଗ ସହ ଧୋନିଙ୍କ ର ୨୦୨୧ ପର୍ଯ୍ୟନ୍ତ ଚୁକ୍ତି ଥିବାରୁ ଏହି ଦଳ ସେ ଏବେ ଅବସର ନେବେ ବୋଲି ଚାହୁଁନାହିଁ।ସେହିଭଳି ଧୋନିଙ୍କ ଉତ୍ତରାଧିକାରୀ ବାଛିବାକୁ ମଧ୍ୟ ଚେନ୍ନାଇକୁ କିଛି ସମୟ ଲାଗିବ।ଏ ସବୁ କଥାକୁ ବିଚାରକୁ ନେଇ ଧୋନି ଏବେ ଅବସର ଘୋଷଣା କରିବାର ସମ୍ଭାବନା କମ୍।

Leave a Reply

Your email address will not be published. Required fields are marked *