ଅବିବାହିତା ଝିଅ ମାନେ ଧରିପାରିବେନି ମୋବାଇଲ ,ଲାଗୁହେଲା ନୂଆ ନିୟମ ସମର୍ଥନ କଲେ କଂଗ୍ରେସ ମହିଳା ବିଧାୟକ

ମୋବାଇଲ ଆଜିକା ଯୁଗରେ ସମସ୍ତଙ୍କର ସବୁଠୁ ଅଧିକ ନିକଟତର ହେଇପାରିଛି ,ବିନା ମୋବାଇଲ ରେ ବଞ୍ଚିବା ସତେ ଯେପରି କଷ୍ଟ ହେଇଯାଇଛି I ତେବେ ମୋବାଇଲ ଯୋଗୁଁ ଯୁବପିଢ଼ି ମଧ୍ୟ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି I
ବିଶେଷ କରି ଆଜିକାଲି ଝିଅ ମାନେ ବିବାହ ପୂର୍ବରୁ ଅନ୍ୟ ଯୁବକ ମାନଙ୍କ ସମ୍ପର୍କ ରଖୁଛନ୍ତି ଏବଂ ମୋବାଇଲ ପରେ ତାହା ଭାଇରଲ ହେଇ ସେମାନଙ୍କର ଜୀବନ ନଷ୍ଟ ହେଇଯାଉଛି ଏଥିପାଇଁ ମୋବାଇଲ ମଧ୍ୟ ଦାୟୀ ସେଥିପାଇଁ ଅବିବାହିତା ଝିଅ ମାନଙ୍କୁ ମୋବାଇଲ ବନ୍ଦ କରାଯାଇଛି I

ଅବିବାହିତା ଯୁବତୀ ମାନେ ଧରିପାରିବେନି ମୋବାଇଲ ଏପରି ନିୟମ ଲାଗୁ ହେଇଚି ଗୁଜୁରାଟର ବନାସକାଠା ଜିଲ୍ଲାର ଏକ ଅଞ୍ଚଳରେ I ଏହି ଅଞ୍ଚଳରେ ୧୨ଟି ଗାଁ ରହିଛି ଯେଉଁଥିରେ କି ଠାକୁର ସମ୍ପ୍ରଦାୟ ଲୋକମାନେ ରୁହନ୍ତି I ତେବେ ସେମାନଙ୍କ ଅବିବାହିତା ଝିଅ ମାନେ ମୋବାଇଲ ଧରିପାରିବେନି ବୋଲି ନୂଆ ନିୟମ ଲାଗୁ ହେଇଛି Iଏପରିକି ଏହି ନିୟମ କୁ କଂଗ୍ରେସର ସ୍ଥାନୀୟ ମହିଳା ବିଧାୟିକା ଗନୀବେନ ଠାକୁର ମଧ୍ୟ ସମର୍ଥନ ଦେଇଛନ୍ତି I ମୋବାଇଲ ବଦଳରେ ଅବିବାହିତା ନାବାଳିକା ଝିଅମାନେ ପାଠ ପଢି ଉଞ୍ଚ ଶିକ୍ଷିତା ହେବା ଦରକାର ବୋଲି ବିଧାୟିକା କହିଛନ୍ତି I

Leave a Reply

Your email address will not be published. Required fields are marked *