୨୦୦୬ ମସିହାରେ କେନ୍ଦ୍ରସରକାର ଗରିବ ଲୋକଙ୍କୁ ସବୁଠୁ କମ୍ ଦର୍ ରେ ଏସି ଟ୍ରେନ୍ ରେ ଯାତାୟାତ କରିବାର ସୁବିଧା ଦେବା ଲାଗି ଗରିବ ରଥ ଟ୍ରେନ୍ ର ଶୁଭାରମ୍ଭ କରିଥିଲେ।ମାତ୍ର ଏବେ କେନ୍ଦ୍ର ସରକାର ଗରିବ ରଥ ଟ୍ରେନ୍ କୁ ମେଲ୍ ଟ୍ରେନ୍ ରେ ପରିବର୍ତନ କରିବାକୁ ନିଷ୍ପତି ନେଇଛନ୍ତି।ଖାଲି ସେତିକି ନୁହେଁ ଗରିବ ରଥ ଟ୍ରେନ୍ କୁ ବନ୍ଦ କରାଯିବ ଏହାର କାରଣ ହେଉଛି ଗରିବ ରଥର ବଗି ମିଳୁନାହିଁ।
ସୂଚନାଯୋଗ୍ୟ ଗରିବ ରଥରେ ମୋଟ୍ ୧୨ ଟି ବଗି ରହିଥାଏ।ଏବଂ ସେ ସବୁ ଥ୍ରି ଟାୟାର ଏସି କୋଚ୍।ଏହି ଟ୍ରେନ କୁ ମେଲ୍ ଟ୍ରେନ୍ ରେ ପରିବର୍ତନ କରିବା ପରେ ଏଥିରେ ୧୬ ଟି ବଗି ଲାଗିବ।ଗତ ଜୁଲାଇ ୧୬ ତାରିଖରୁ ପୂର୍ବତଟ ରେଳବାଇ ଦ୍ବାରା ପରିଚାଳିତ କାଠ ଗୋଦାମ- ଜାମ୍ମୁ ଏବଂ କାଠ ଗୋଦାମ – କାନପୁର ଏପରି ଦୁଇଟି ସେଣ୍ଟ୍ରାଲ ଗରିବ ରଥକୁ ମେଲ୍ ଏକ୍ସପ୍ରେସ ରେ ପରିବର୍ତନ କରାଯାଇଛି।