ଯେଉଁ ବେଶରେ ଥାନାରେ ପଶିଥିଲେ ସେହି ବେଶରେ ବାହାରିଲେ ,ପୁଣି ଆରମ୍ଭ କରିବେ କି ଭାଣ୍ଡାମି ?

ଗତକାଲି ସନ୍ଧ୍ୟା ସମୟରେ ଜେଲରୁ ବାହାରିଛନ୍ତି ସନ୍ତୋଷ ଓରଫ ବାବା ସାରଥୀ I ତେବେ ବାହାରିବା ସମୟରେ ଜେଲ ଗେଟ କୁ ଜୁହାର ହେଇଥିଲେ I ମୁଁହରେ ଥିଲା ପାଉଡର ର ମେକପ ,ଚିତା ଚଇତନ ଯେମିତି ବେଶରେ ଥାନାରେ ପଶିଥିଲେ ଠିକ ସେହିଭଳି ବେଶରେ ଥାନାରୁ ବାହାରିଲେ I

ଗଣମାଧ୍ୟମ ତାଙ୍କୁ ଘେରି ଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ନରଖି ନିଜ ଓକିଲ ଙ୍କ ସହିତ ଏକ ଦାମୀ କାର ରେ ଯାଇଥିଲେ I ତେବେ ଥାନା ଭିତରେ ସାରଥୀ ଙ୍କୁ କିଏ ମେକପ ପାଇଁ ପାଉଡର ଦେଇଥିଲା ? ଏପରିକି ଆହୁରି ଚର୍ଚ୍ଚା ହେଉଛି ସାରଥୀ କୁଆଡେ ଥାନାରେ ମିଠା ବାଣ୍ଟୁଥିଲେ ,ତେଣୁ ଜଣାପଡୁଛି ଏବେବି ସେହି ଭାଣ୍ଡାମି ରୁ ବିରତ ନାହାନ୍ତି ସାରଥୀ I ଚାରିବର୍ଷ ପାଦରୁ ମହୁ ,ହାତରୁ ବିଭୁତି ଝରାଉଥିଲେ I ଜିନ୍ସ ପ୍ୟାଣ୍ଟ ଶାର୍ଟ ପିନ୍ଧି ଗୋଲକଣ୍ଡI ହୋଟେଲ ରେ ରହିଥିଲେ ପରେ ଯୌନ କେଳେଙ୍କାରୀ ରେ ଗିରଫ ହେଇ ଥାନାକୁ ଯାଇଥିଲେ I

ସାରଥୀ ଚାରି ବର୍ଷ ପରେ ଜାମିନ ରେ ଆସିଥିବା ବେଳେ ତାଙ୍କ ପାଇଁ ସର୍ତ୍ତ ଲାଗୁ ହେଇଛି ସେ ବାରିମୂଳ ଆଶ୍ରମ ଯାଇପାରିବେନି କି ଧର୍ମ ସଭା କରିପାରିବେନି I

Leave a Reply

Your email address will not be published. Required fields are marked *